ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ତାରିଖ ଦିନ ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟବାସୀ ହାତବୁଣା ଲୁଗା ପିନ୍ଧିବାକୁ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ନିବେଦନ କରିଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି, ସମ୍ବାଦ ସାହିତ୍ୟଘରର ୩୬୫ଟି ଶାଖା ଆଗାମୀ ଓଡ଼ିଶା ଦିବସରେ ଆମ ଓଡ଼ିଶାର ହାତବୁଣା ପୋଷାକ/ଲୁଗା ପିନ୍ଧୁଛନ୍ତି। ଆମ ହସ୍ତତନ୍ତର ଉତ୍କର୍ଷକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଓ ସଭିଙ୍କୁ ପିନ୍ଧିବାକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ। ‘ସମ୍ବାଦ’ର ସଂସ୍କରଣସ୍ତରରେ ସମସ୍ତେ ହାତବୁଣା ଯେକୌଣସି ପୋଷାକ, କୁର୍ତ୍ତା, ଶାଢ଼ି, ଉତ୍ତରୀୟ ପ୍ରଭୃତି ପରିଧାନ କରି ରାଜ୍ୟବାସୀଙ୍କ ମନୋବଳ ବଢ଼େଇବେ।