ଟିଟିଲାଗଡ଼: ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରି ଉପରେ ରହୁଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତଥାପି ନିୟମିତ ଅନ୍ତରାଳେ ରକ୍ଷଣାବେକ୍ଷଣ ନାଁରେ ବହୁ ସମୟ ଧରି ବିଜୁଳି କାଟ୍ ହେଉଛି। ଏହାକୁ ନେଇ ସହରବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। କେସିଙ୍ଗା ଗ୍ରିଡ୍ ମରାମତି ନାଁରେ ସହର ମଧ୍ୟରେ ବାରମ୍ବାର ବିଜୁଳିକାଟକୁ ନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି।
ରବିବାର ସକାଳ ୮ରୁ ଦିନ ୧୨.୪୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ କରାଯାଇଥିବା ବେଳେ ଲୋକେ ନା ଘର ଭିତରେ ନା ବାହାରେ ରହିପାରୁଥିଲେ। ଏହାକୁ ନେଇ ସ୍ଥାନୀୟ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।