ଭୁବନେଶ୍ୱର: ସାରସକଣା ଆସନର ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଅବଶେଷରେ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଭୂଦାନ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କାର୍ଯ୍ୟ କରୁଥିଲେ। ସେ ନିର୍ବାଚନ ଲଢ଼ିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ।ହେଁ ଗତକାଲି ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରି ନଥିଲେ। ଏଇମାସ ୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ହେତୁ ଡାକ୍ତର ଭୂଦାନ ମୁର୍ମୁ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।

Advertisment

ଇସ୍ତଫାପତ୍ର ଗୃହୀତ ହେଉ ନଥିବା ଯୋଗୁ ଗତକାଲି ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ। ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଲେଖାଶ୍ରୀ ସାମନ୍ତ ସିଂହାର। ଆଜି ତାଙ୍କର ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଜନସାଧାରଣଙ୍କ ସେବାରେ ଅଧିକ ସମୟ ବିନିଯୋଗ କରିବେ।