ଭୁବନେଶ୍ବର: ଖୋର୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଧାୟକ ସୁରେଶ ରାଉତରାୟଙ୍କ ଇସ୍ତଫା ଦେଇଥିବା ଚର୍ଚା ହେବା ପରେ ସେ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇନାହିଁ। ମୁଁ କଂଗ୍ରେସର ଜଣେ ସକ୍ରିୟ ଲୋକ। ଜିଲ୍ଲା ସଂଗଠନକୁ ନେଇ ମୁଁ ଅସନ୍ତୁଷ୍ଟ ନାହିଁ। ୯୫ ପ୍ରତିଶତ ପର୍ଯ୍ୟନ୍ତ ମୋ ପସନ୍ଦର ପିସିସି ସଦସ୍ୟ ଅଛନ୍ତି। ତେଣୁ ବଞ୍ଚିଥିବା ଯାଏ କଂଗ୍ରେସ ଦଳରେ ରହିବି। ରାହୁଲ ଗାନ୍ଧୀ କିପରି ଦେଶର ପ୍ରଧାନମନ୍ତ୍ରୀ ହେବେ ଓ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ସଂଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛି।
ଖୋର୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସୁରଙ୍କ ଇସ୍ତଫା ପ୍ରସଙ୍ଗ: ଇସ୍ତଫା ଦେଇନି, ବଞ୍ଚିଥିବା ଯାଏ କଂଗ୍ରେସରେ ରହିବି
/sambad/media/post_attachments/wp-content/uploads/2019/03/sura-routray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)