ନିର୍ବାଚନ ହାରିବା ପଛର ବଡ କାରଣ: ଲକ୍ଷ୍ମୀପ୍ରିୟାଙ୍କ ବାପା ଓ ପ୍ରଦୀପଙ୍କ ମା’ଙ୍କ ମୃତ୍ୟୁ!

ମାଲକାନଗିରି: ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ସୁନାମୀ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସୁନାମୀରେ ହେଭିୱେଟ୍‌ ନେତାମାନେ ମଧ୍ୟ ଟଳିଗଲେ। ଯିଏ ଯିଦିବ ବୋଲି ଅନୁମାନ କରାଯାଉଥିଲା ସିଏ ହାରିଲା। ଆଉ ଯିଏ ହାରିବ ବୋଲି ସ୍ପଷ୍ଟ ହୋଇଥିଲା, ସିଏ ଜିତିଲା।ଲୋକେ ଏବେ ଏଭଳି ବିଜୟକୁ ବିଶ୍ବାସ କରିପାରୁ ନାହାନ୍ତି।ବିଶେଷକରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ପରାସ୍ତ ହେବେ କିଏ ମଧ୍ୟ ସ୍ପପ୍ନରେ ଭାବିନଥିଲେ। ସମସ୍ତେ ଅଳ୍ପ ଭୋଟ ବ୍ୟବଧାନରେ ମଧ୍ୟ ଲକ୍ଷ୍ମୀ ବିଜୟୀ ହେବେ ବୋଲି ସମସ୍ତେ ଆଶା ପ୍ରକଟ କରିଥିଲେ। କିନ୍ତୁ ସବୁ ଓଲଟା ହୋଇଥିଲା।ଲକ୍ଷ୍ମୀ ଏହି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି।
ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ୫୫୫୫୦ଟି ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପିର ଡମ୍ବରୁ ଶିଶା ୪୬୩୯୧ଟି ଭୋଟ ପାଇ ଦ୍ବିତୀୟ ଏବଂ ବିଜେଡିର ଲକ୍ଷ୍ମୀପ୍ରିୟା ନାୟକ ୩୫୧୪୩ ଟି ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସର ମଙ୍ଗୁ ଖିଲଙ୍କ ଠାରୁ ସେ ୨୦,୪୦୭ଟି ଭୋଟ ବ୍ୟବଧାନରେ ପଛରେ ରହିଛନ୍ତି। ତେବେ ନିର୍ବାଚନ ମଝିରେ ଲକ୍ଷ୍ମୀଙ୍କ ବାପାଙ୍କ ଅଚାନକ ଦେହାନ୍ତ ତାଂକ ମନବଳକୁ ଭାଙ୍ଗି ଦେଇଥିଲା। ସେ ପ୍ରଚାର କରୁଥିଲେ ସତ କିନ୍ତୁ ଯେଭଳି ଉତ୍ସାହର ସହ ସେ ଲାଗିଥିଲେ, ହୁଏତ ତାହା କମିଯାଇଥିବା ଅନୁମାନ କରାଯାଏ।ବାପାଙ୍କ ଦେହାନ୍ତ ଲକ୍ଷ୍ମୀଙ୍କ ହାରିବାକୁ ନେଇ ଏକ ସିଗନାଲ ନୁହେଁ ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଅନ୍ୟଦିଗରେ ଗୋଷ୍ଠୀ କନ୍ଦଳ ମଧ୍ୟ ଲକ୍ଷ୍ମୀ ହାରିବାର ଅନ୍ୟ ଏକ ବଡ କାରଣ ବୋଲି କୁହାଯାଉଛି।ବାପାଙ୍କ ଦେହାନ୍ତ ପରେ ମଧ୍ୟ ସେ ନିଜର ପ୍ରଚେଷ୍ଟା ଜାରି ରଖିଥିଲେ।ଲୋକେ କାହିଁକି ଲକ୍ଷ୍ମୀଙ୍କୁ ଗ୍ରହଣ କଲେ ନାହଁ,ତାହା ଏବେ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି।
ସେହିପରି ଅନ୍ୟଦିଗରେ ପ୍ରଦୀପ ମାଝି ମଧ୍ୟ ହାରିବା ପଛରେ ତାଂକ ମାଆଙ୍କ ମୃତ୍ୟୁ ବୋଲି ଚର୍ଚ୍ଚା ହେଉଛି। ପ୍ରଦୀପ ମାଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ। ସେ ପ୍ରଚାରରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ମାଆଙ୍କ ମୃତ୍ୟୁ ତାଂକୁ ଶକ୍ତ ଧକ୍କା ଦେଇଥିଲା।ଯାହାକୁ ସେ ପ୍ରଚାରରେ ପ୍ରତିଫଳିତ ନକଲେ ମଧ୍ୟ ତାଂକୁ ଦେଖିଲେ ସହଜରେ ବୁଝି ହେଉଥିଲା।
ଅନ୍ୟଦିଗରେ ସେ କଂଗ୍ରେସରୁ ବିଜେଡିକୁ ଆସି ସାଂସଦ ଟିକଟ ପାଇବା ପରେ ବିଜେଡି ଲୋକେ ତାଂକୁ କେତେ ପରିମାଣରେ ଗ୍ରହଣ କଲେ ତାହାକୁ ନେଇ ମଧ୍ୟ ପଶ୍ନ ଉଠିଛି।ନିଜ ଦଳର ଲୋକେ ହିଁ ତାଂକୁ ହରାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଚର୍ଚ୍ଚା ଜୋର ଚାଲିଛି। ପୁଣି ପ୍ରଦୀପ କଂଗ୍ରେସର ଭୋଟ ତାଂକ ପକ୍ଷକୁ ଆସିବ ବୋଲି ଯେଉଁ ଆଶା କରିଥିଲେ ତାହା ହୋଇନଥିଲା। କଂଗ୍ରେସ ଛାଡିବା ପରେ ଲୋକେ ତାଂକୁ ଆଉ ବିଶ୍ବାସକୁ ନେଲେ ନାହିଁ।ଯାହାଫଳ ପରିଣାମ ଏଭଳି ହୋଇଛି। ନବରଂଗପୁର ସାଂସଦ କ୍ଷେତ୍ରରେ ବିଜେପିର ବଳଭଦ୍ର ମାଝି ୪,୮୧,୩୯୬ଟି ଭୋଟ ପାଇଥିବା ବେଳେ ବିଜେଡିର ପ୍ରଦୀପ ମାଝି ୩,୯୩,୮୬୦ଟି ଭୋଟ ପାଇଥିଲେ। ପ୍ରଦୀପ ତାଂକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ବଳଭଦ୍ରଙ୍କ ଠାରୁ ୮୭,୫୩୬ଟି ଭୋଟ ବ୍ୟବଧାନରେ ପଛରେ ପଡିଲେ। ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ତାଂକୁ ପଛରେ ରହିବାକୁ ପଡ଼ିଲା। ପ୍ରଦୀପ ଓ ଲକ୍ଷ୍ମୀ କଂଗ୍ରେସରୁ ବିଜେଡିକୁ ଆସିଥିବାରୁ ଗୋଟିଏ ଦିଗରେ ବିଜେଡିର କର୍ମୀ ସହଜରେ ଗ୍ରହଣ କରିନଥିବା ବେଳେ ପୂର୍ବ ଦଳର କର୍ମୀ ଓ ଭୋଟର ମଧ୍ୟ ତାଂକୁ ପ୍ରତ୍ୟାଖାନ କଲେ, ଯାହାଫଳରେ ଦୁହେଁ ଏହି ନିର୍ବାଚନରେ ପରାସ୍ତ ହେଲେ। ତେବେ ଦୁହିଁଙ୍କ ଭାଗ୍ୟ ଏବେ କଣ ହେବ ଭବିଷ୍ୟତ କହିବ ବୋଲି ମଧ୍ୟ ଆଲୋଚନା ହେଉଛି।
ସମ୍ବନ୍ଧିତ ଖବର