‌ଗୋପବନ୍ଧୁଙ୍କ ପାଇଁ ଦରଦ ଏମିତି, ବରବାଦ ହୋଇଯାଇଛି ବକୁଳବନ

ଓଡ଼ିଆ ବିଶ୍ବବିଦ୍ୟାଳୟ ବି ସ୍ବପ୍ନ

ପୁରୀ: ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ମାଡ଼ରେ ସତ୍ୟବାଦୀ ବକୁଳ ବନ ଧ୍ବସ୍ତ ବିଧ୍ବସ୍ତ େହାଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ ସାମାନ୍ୟତମ ଉଦ୍ୟମ େହାଇନାହିଁ। ଅନ୍ୟପଟରେ ବକୁଳ ବନ ନିକଟରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତି ସରକାରୀ ଉଦାସୀନତା ସଂସ୍କୃତି ଓ ସାହିତ୍ୟ ପ୍ରେମୀଙ୍କୁ ହତବାକ୍ କଲାଣି। ବିଶ୍ବବିଦ୍ୟାଳୟ ଶିଳାନ୍ୟାସ କରିବାର ୧୦ ମାସ ପୂରି ୧୧ ମାସ ଚାଲିଛି। ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିଭୂମି ନିର୍ମାଣ ତ ଦୂର କଥା, ଜମି ମିଳିନି କି ଇଟା ଖଣ୍ଡେ ପଡିନି।

ସବୁଠାରୁ ଉଦବେଗର ବିଷୟ େହଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ। ସତ୍ୟବାଦୀ ବିେଜଡି ବିଧାୟକ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଉତ୍କଳମଣି େଗାପବନ୍ଧୁଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତତ୍କାଳୀନ ଉନ୍ନୟନ କମିସନର ଆର ବାଲକ୍ରିଷ୍ଣନ୍ ଏ େନଇ ମାତ୍ରାଧିକ ଉତ୍ସାହ ଦେଖାଇଥିଲେ। ବର୍ତମାନର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ବି ବିଶ୍ବବିଦ୍ୟାଳୟ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବୈଠକ କରିଥିଲେ। ଏତେ ସବୁ ପରେ ବି ଓଡ଼ିଆ ବିଶ୍ବବିଦ୍ୟାଳୟର ଭାଗ୍ୟ ଫିଟି ପାରୁନାହିଁ? ସରକାରଙ୍କ ଆନ୍ତରିକତାର ଅଭାବ ନା ଓଡ଼ିଆ ଭାଷା ବିେରାଧରେ ଷଡଯନ୍ତ୍ର? କେଉଁ କାରଣଟି ବିଳମ୍ବ ପାଇଁ ଦାୟୀ, ତାହା ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି।

ମିଳିଥିବା ତଥ୍ୟ ଅନୁସାରେ, ୨୦୧୮ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀ ବକୁଳ ବନରେ ବହୁପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲ ଅଳସା ମୌଜାର ୨୯ ଏକର ଜମିରେ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ତେବେ ଏହି ଜମି ସତ୍ୟବାଦୀ ଗୋପୀନାଥ ଦେବଙ୍କ ମାଲିକାନାରେ ଥିବାରୁ ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଧାରା-୧୯ ଅନୁସାରେ ଜମି କିଣିବା ଲାଗି ଦେବୋତ୍ତର କମିସନଙ୍କୁ ଆବେଦନ କରିଥିଲେ। ଜମିର ବଜାର ଦର ୩୫ କୋଟି ଧାର୍ଯ୍ୟ ହେବା ପରେ ଦେବୋତ୍ତର କମିସନର ଜମି ବିକ୍ରି ପାଇଁ ଅନୁମତି ଦେଇଥିଲେ। ଜମି ବିକ୍ରିରୁ ମିଳିବାକୁ ଥିବା ଅର୍ଥ କର୍ପସ୍‌ ପାଣ୍ଠିରେ ରଖାଯିବ ଏବଂ ସେହି ଅର୍ଥରେ ମନ୍ଦିରର ଉନ୍ନୟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସରକାରଙ୍କ େଗାଟିଏ ବିଭାଗ ହାତରେ ଜମି, ଆଉ େଗାଟିଏ ବିଭାଗ ବିଶ୍ବବିଦ୍ୟାଳୟ କରିବ। ହେଲେ ସମନ୍ବୟର ଏଭଳି ଅଭାବ େଯ ଏହି ପ୍ରକଳ୍ପ ଭାଗ୍ୟ ଏବେ ଅନ୍ଧାର ଭିତରକୁ େଠଲି େହବା ଭଳି ମନେ େହଉଛି। ଶିଳାନ୍ୟାସ ହେବାର ୧୦ ମାସ ପରେ ବି ସରକାର ଧାର୍ଯ୍ୟ ଅର୍ଥ ଜମା କରିପାରିନାହାନ୍ତି। ଜମି ହସ୍ତାନ୍ତର ‌ହୋଇ ପାରିନାହିଁ। ନିୟମ ମୁତାବକ, ୬ ମାସ ଭିତରେ ସରକାର ଜମି ବାବଦ ଅର୍ଥ ପୈଠ ନ କଲେ ସାନି ଆବେଦନ କରାଯିବ। ଏହି କାରଣରୁ ସରକାରଙ୍କ ଉପରେ ଜୋରିମାନା ମଧ୍ୟ ‌ହୋଇଛି।

ତରବର ହୋଇ ଶିଳାନ୍ୟାସ କରିଦେଲେ, ଜମି ମିଳିନି କି ଇଟା ପଡ଼ିନି
ଫନି ପରେ ଥରୁଟିଏ ବି ଯାଇ ନାହାନ୍ତି ବଡ଼ବାବୁ, କେବେ ହେବ କାମ?

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନେଇ ରାଜ୍ୟ ସରକାର େଘାଷଣା କରିଥିବା ବେଳେ ଅନ୍ୟପଟରେ ଏହି ସମୟରେ ଉତ୍କଳମଣି ପଣ୍ଡିତ େଗାପବନ୍ଧୁ ଦାସଙ୍କ ସତ୍ୟବାଦୀ ବକୁଳ ଓ ଏଠାରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ସରକାରୀ ଉଦାସୀନତା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ପ୍ରଶ୍ନ ଉଠୁଛି, ଅନେକ ପ୍ରସ୍ତୁତି ବାକି ଥିବା ବେଳେ ୨୦୧୮ ସେପ୍ଟମ୍ବର ୯ ତାରିଖରେ ବହ୍ବାଡ଼ମ୍ବରରେ ଶିଳାନ୍ୟାସ ଉତ୍ସବ ଆୟୋଜନ କରାଯାଇଥିଲା କାହିଁକି? ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସଫେଇ ଦେଇ କହିଛନ୍ତି, ଫୁଲଅଳସା ମୌଜାର ୯ ଏକର ଜମିରେ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ନିର୍ମାଣ କରାଯିବ। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ୧୫ କୋଟି ଟଙ୍କା ବରାଦ କରାଯାଇଛି। ଆସନ୍ତା ମାସରେ ସରକାର ଦେବୋତ୍ତର କମିସନଙ୍କ ପାଖରେ ଜମି ବାବଦ ଟଙ୍କା ଜମା କରିବେ ଏବଂ ନଭେମ୍ବର ମାସ ସୁଦ୍ଧା ବିଶ୍ବବିଦ୍ୟାଳୟର ନିର୍ମାଣ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର