ରାଉରକେଲା: ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ପହଞ୍ଚିଥିବା ଭାରତୀୟ ପୁରୁଷ ହକି ଦଳ ବୁଧବାରଠାରୁ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ ଖେଳାଳି ଆଜି ପାଖାପାଖି ୪ ଘଣ୍ଟା ଧରି ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ ଓ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ଝାଳବୁହା ଅଭ୍ୟାସ ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2022/12/cc5264b0-7831-41e1-89f4-819f0b228db3.jpg)
ଆଜି ପୂର୍ବାହ୍ନରେ ଦଳ ବିଶ୍ରାମ ନେଇଥିଲା। ଫଳରେ ଖେଳାଳି ଖେଲାଳିମାନେ ରହୁଥିବା ଆକୋମୋଡେସନ ବିଲ୍ଡିଂରେ ହିଁ ସମୟ କାଟିଥିଲେ। ତେବେ ଅପରାହ୍ନରେ ଦଳ ଅଭ୍ୟାସ ଆରମ୍ଭ କରିଥିଲା। ଭାରତୀୟ ଦଳ ଅପରାହ୍ନ ପ୍ରାୟ ୪ଟାରେ ଷ୍ଟାଡିୟମରେ ପହଞ୍ଚିଥିଲା। ଖେଳାଳିମାନେ ସ୍ବତନ୍ତ୍ର ଭଲ୍ଭୋ ବସ୍ରେ ରହଣୀସ୍ଥଳରୁ ବାହାରି ଷ୍ଟାଡିୟମରେ ପହଞ୍ଚିଥିଲେ। ଖେଳାଳିମାନେ ୱାର୍ମ୍ଅପ୍ ପରେ କ୍ରୀଡ଼ା କଳାକୌଶଳ ଅଭ୍ୟାସ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି, ଅର୍ଥାତ୍ ରାତି ପ୍ରାୟ ୮ଟା ଯାଏ ଖେଳାଳିଙ୍କ ଅଭ୍ୟାସ ଜାରି ରହିଥିଲା। ପ୍ରଥମ ଅଭ୍ୟାସ ସେସନ୍ ପରେ ଖେଳାଳି ଷ୍ଟାଡିୟମ ପରପିସରରେ ଉପଲବ୍ଧ ସ୍ବିମିଂ ପୁଲ୍ରେ ଆଇସ୍-ବାଥ୍ ନେଇଥିଲେ। ପ୍ରଥମ ଅଭ୍ୟାସ ସେସନ୍ ପରେ ତାରକା ଗୋଲ୍କିପର ପି.ଆର. ଶ୍ରୀଜେସ୍ ଦଳ ସହ ଏକ ଫଟୋ ଟ୍ବିଟ୍କରି ଖୁସିବ୍ୟକ୍ତ କରିଛନ୍ତି। ନମନିର୍ମିତ ଷ୍ଟାଡିୟମକୁ ଅତ୍ୟନ୍ତ ମନୋରମବୋଲି ଅବିହିତ କରିଛନ୍ତି।
ଆଜି ଷ୍ଟାଡିୟମରେ ନିୟୋଜିତ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ପ୍ରଶିକ୍ଷଣ ଦିଆଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ, ଆୟତ୍ତ, ଓ ଦମନ କରିବାର କଳାକୌଶଳ ଉପରେ ତାଲିମ ଦେଇଥିଲେ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସର୍ବଦା ସଜାଗ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ଷ୍ଟାଡିୟମ ଦାୟିତ୍ବରେ ଥିବା ବିଭିନ୍ନ ଅଧିକାରୀ, କର୍ମଚାରୀ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/b21f0115-a99f-4f7d-b0f6-f4754d322318.jpg)