ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ  ଯୁଦ୍ଧ କାଳୀନ ଭିତ୍ତିରେ ରେଳ ମରାମତି କାର୍ଯ୍ୟ ଚାଲିଛି। ଜନସାଧାରଣଙ୍କ ସୁରକ୍ଷା ଓ କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।

Advertisment

ସୂଚନା ଅନୁଯାୟୀ, ବାହାନଗା  ବଜାର ରେଳଷ୍ଟେସନରୁ ଦୁର୍ଘଟଣାଗ୍ରସ୍ତ ବଗି ହଟାଇବା କାମ ଶେଷ ହୋଇଛି । ଉଦ୍ଧାରକାରୀ ଟିମ୍ ମୋଟ ୨୧ଟି ବଗିକୁ ଧାରଣା ଉପରୁ ଉଠାଇଛି। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦୁର୍ଘଟଣାସ୍ଥଳରେ ୭ଟି ପ୍ରୋକ୍ଲିନ ମେସିନ, ୨ଟି ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ଟି ରେଳୱେ ଓ ରୋଡ୍ କ୍ରେନ୍ ନିୟୋଜିତ ହୋଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି।