ବାହାରୁ ରାଜଧାନୀକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ବର : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ବରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଛି ।

ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାରଦିନ ଜାରି ଏକ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ କଟକ ଓ ଖୋର୍ଦ୍ଧା ମ୍ୟୁନିସିପାଲିଟି ବ୍ୟତୀତ ଅନ୍ୟ ଅଞ୍ଚଳରୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଭୁବନେଶ୍ବର ଆସିବା ଉପରେ କଟକଣା ଲଗାଯାଇଛି ।

ଆଜି ମଧ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇ ଗଞ୍ଜାମ ଓ ଖୋର୍ଦ୍ଧା ମଧ୍ୟରେ ଅନ୍ତଃଜିଲ୍ଲା ଯାତାୟାତ ଉପରେ ଆସନ୍ତା ୨୪ ଘଣ୍ଟା ପାଇଁ କଟକଣା ଲଗାଯାଇଛି । ଗଞ୍ଜାମରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୩୬ରେ ପହଞ୍ଚିଥିବାବେଳେ ୨୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

। ଆଜି ୫୭୧ଟି ନୂଆ ମାମଲା ଚିହ୍ନଟ ହୋଇଛି ଓ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହିତ ଓଡ଼ିଶାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୦୬୨୪ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର