ଝାରସୁଗୁଡ଼ାରେ ଛଟ ପୂଜା ପାଇଁ କଟକଣା : ସର୍ବସାଧାରଣ ଘାଟ, ନଦୀକୂଳ,ପୋଖରୀ ତୁଠରେ ଜାରିହେଲା ୧୪୪ ଧାରା 

ଝାରସୁଗୁଡ଼ା/ବ୍ରଜରାଜନଗର: ବିହାରୀ ସମ୍ପ୍ରଦାୟର ପର୍ବ ଛଟ ପୂଜା  ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁ ଏହି ପୂଜା ନିଜ ଘରେ ରହି କରିବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ଏହି ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି । ତେବେ କରୋନା ସଂକ୍ରମଣ ବଢିବାରୁ ଆଶଙ୍କା ଥିବାରୁ  ପୂଜାପାଇଁ ସାମୁହିକ ଭାବେ ପୋଖରୀ, ନଦୀ, ନାଳ ଆଦି କୁ ବ୍ୟବହାର ନକରିବା ଉପରେ ଜିଲ୍ଲା ପ୍ରଶାସନ  କଟକଣା ଜାରି କରିଛନ୍ତି  ।  ଏଥିପାଇଁ  ଉପଜିଲ୍ଲାପାଳ ଶିବ ଟପୋ ୧୪୪ଧାରା ଜାରି କରିଛନ୍ତି ।

ଚଳିତ ବର୍ଷ  କିଛି ଶ୍ରଦ୍ଧାଳୁ ଆଜି ଅପରାହ୍ନ ରେ ଅସ୍ତମିତ ସୂର୍ଯ୍ୟଙ୍କ ଅର୍ଘ୍ୟ ପ୍ରଦାନ ଓ ଆସନ୍ତା କାଲି ସକାଳେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ବ୍ରତ ସମାପନ କରୁଥିବା ସମୟରେ ଅଧିକ ବ୍ରତଧାରୀ ଆସନ୍ତା କାଲି ସନ୍ଧ୍ୟାରେ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ୨୧ତାରିଖ ସକାଳେ ବାଲସୂର୍ଯ୍ୟ ଙ୍କୁ ଅର୍ଘ୍ୟ ପ୍ରଦାନ କରି ବ୍ରତସମ୍ପନ୍ନ କରିବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ତାରିଖ ଅପରାହ୍ନ ୪ଟାରୁ ସନ୍ଧ୍ୟା୬ଟା , ୨୦ତାରିଖ ସକାଳ୪ଟାରୁ  ସକାଳ ୭ଟା ଓ ଅପରାହନ ୪ଟାରୁ ସନ୍ଧ୍ୟା ୬ଟା, ୨୧ ତାରିଖ ସକାଳ ୪ଟାରୁ  ସକାଳ ୭ଟା ପର୍ଯ୍ୟନ୍ତ ଏହି ୧୪୪ଧାରା ବଳବତ୍ତର ରହିବା ବୋଲି ନିର୍ଦେଶ ରହିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ହୋଇଥିବା ସ୍ଥାନ ଗୁଡିକରେ ଏକକାଳୀନ ୫ଲୋକରୁ ଅଧିକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଜରିକରିଛନ୍ତି। ଝାରସୁଗୁଡ଼ା ଥାନା ଅଞ୍ଚଳରେ ଥିବା ଇବ  ନଦୀର ଉପରେ ଥିବା  ଇବ ବ୍ରିଜ ର ଉଭୟ ପର୍ଶ୍ୱର ଘାଟ, ବୁରୋମାଲ ର କଲା ତଲାବ ପୋଖରୀ, ବୁଡାପରା ପୋଖରୀ, ଗୌନ୍ତିଆ ପଡା ପୋଖରୀ, ପୁରୁଣାବସ୍ତି ପୋଖରୀ ଘାଟ, ଚୌକିପଡା ଘାଟ, ପାହାଡ଼ି ମନ୍ଦିର ପୋଖରୀ, ତାଳପଟିଆ ଘାଟ, ଗଡପହଡ଼ ଘାଟ, ପ୍ରସନ୍ନ ପଣ୍ଡା ଛକ ନିକଟରେ ଥିବା ଗାଧୁଆ ଘାଟ, ତାଳପଟିଆ  ଇବ ଘାଟ, ବଡମାଲ ଥାନା ଅଞ୍ଚଳରେ ଥିବା ଖେରୁଆଲ ବ୍ରିଜ ଘଟ, ଓରିଏଣ୍ଟ ଥାନା ଅଞ୍ଚଳରେ ଥିବା ରାମଗଡ଼ ପୋଖରୀ, ମଣ୍ଡାଳିଆ ପୋଖରୀ, ମଧୁବନ ନଗର ନାଳ, ବ୍ରଜରାଜନଗର ଥାନା ଅଞ୍ଚଳରେ ରାମପୁର କୋଲିଆରୀ ଭୋଇପଡା, ହିଲ ଟପ କଲୋନୀ, ତେଲେନ କଚ୍ଚା ପୋଖରୀ, ଗାନ୍ଧିଛକ ନିକଟ ବର ଘାଟ, ଓପିଏମର ଇବଘାଟ, ଲମଟିବାହଲ ନାଲ, ଲଜକୁରା ଖଣି ପି ଓ ଅଫିସ ନିକଟ ୧ନମ୍ବର ସାଇ ଡିଙ୍ଗ, ୯ନମ୍ବର ଖଣି ଘାଟ, ରାଜପୁର ଶନିମନ୍ଦିର ନିକଟ ପୋଖରୀ, ଇଟାଭଟ୍ଟା ନଦୀ ଘାଟ, ବେଲପାହାଡ଼ ଥାନା ଅନ୍ତର୍ଗତ  ସମଡା କଣ୍ଟା, ଗୁମାଡେରା କଣ୍ଟା, ଜୁନାଡୀହି ବନ୍ଧ ଓ କଟା ଓ ବନହର ପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଛଟ ପୂଜା ଘାଟରେ ଏହି ୧୪୪ଧାର ସୂଚନା ଅନୁସାରେ ବଳବତ୍ତର ରହିବ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା,ବ୍ରଜରାଜନଗର, ବେଲପାହାଡ଼ ଆଦି ସ୍ଥାନରେ ପୋଲିସ, ବିଭିନ୍ନ ଛଟ ପୂଜା କମିଟି କୁ ନେଇ ବୈଠକ କରାଯାଇଥିଲା।  ଉପଜିଲ୍ଲାପାଳ ସରକାରଙ୍କ ପକ୍ଷରୁ  ଜାରି ହୋଇଥିବା ଗାଇଡ଼ ଲାଇନ ଓ ନିର୍ଦେଶକୁ ପାଳନ କରିବାକୁ ବୁଝାଇଥିଲେ।

ଆଜି ଅପରାହ୍ନରେ ଓ ପିଏମ ଇବ ଘାଟ ପ୍ରାୟ ଜନ ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା। ଛଟ ପୂଜା ପାଇଁ ନିଜ ଘର ଆଗରେ ଗାତ ଖୋଲି ପାଣି ଭର୍ତିକରି ଅର୍ଘ୍ୟ ଦେବାପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର