ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମ ନିକଟରୁ ଶନିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତକ ରିଆମାଳ ବ୍ଲକ ତାବଡା ଗ୍ରାମର ସ୍ବର୍ଗତ ବଙ୍ଗ ସଏଙ୍କ ପୁଅ ସାମା ସଏ (୩୫) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଗତ ବୁଧବାର ଦିନ ସାମାଙ୍କ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକ ଚିକିତ୍ସା ପାଇଁ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
କିନ୍ତୁ ଶୁକ୍ରବାର ରାତିରେ ସାମା କାହାକୁ କିଛି ନ କହି ମେଡିକାଲରୁ କେଉଁଆଡ଼େ ଚାଲି ଯାଇଥିଲେ। ଆଜି ଅପରାହ୍ଣରେ ସାମାଙ୍କ ମୃତଦେହ ଜାଙ୍ଗଲିକୁଦର ଓ କାଳିଆକଟା ଗ୍ରାମ ମଝିରେ ଥିବା ଏକ ମହୁଲ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସାମା ରୋଗ କଷ୍ଟ ସହି ନପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)