ଆଇଏଏସ ସ୍ତରରେ ଅଦଳବଦଳ, ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ସଚିବ ଚିତ୍ରା ଅରୁମୁଗମଙ୍କୁ ଯୋଜନା ଓ ସମନ୍ଵୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନିଯୁକ୍ତ କରାଯାଇଛି । ଏନଆରଏଲଏମ ନିର୍ଦ୍ଦେଶକ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଣବ ଜ୍ୟୋତି ନାଥଙ୍କୁ ଶିଳ୍ପ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଶିଳ୍ପ ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନଙ୍କୁ ଏନଆରଏଲଏମ ନିର୍ଦ୍ଦେଶକ କରାଯାଇଛି ।

ସମ୍ବନ୍ଧିତ ଖବର