କଳାହାଣ୍ଡି ବିଶ୍ବବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁକ୍ତ ୩, ପିଜି, ବିଇଡି, ବିବିଏ, ବିସିଏ, ଏମ୍‌ଏଫସି ଓ ଏମ୍‌ଏସଡବ୍ଲୁ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟର ଯୁକ୍ତ ୩ କଳାରେ ୨୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୧୮ ଜଣ ପାସ୍‌ କରିଛନ୍ତି। ଏହି ବିଭାଗରେ ପାସ୍‌ ହାର ୮୨.୯ % ରହିଛି। ବାଣିଜ୍ୟ ବିଭାଗରେ ୧୧୫ ଜଣ ପରୀକ୍ଷା ଦେଇଥିବାବେଳେ ୬୪ ଜଣ ପାସ୍‌ କରିଛନ୍ତି, ପାସ୍‌ ହାର ୫୫.୭% ରହିଛି। ଯୁକ୍ତ ୩ ବିଜ୍ଞାନରେ ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୩ ଜଣ ପାସ୍‌ କରିଛନ୍ତି, ପାସ୍‌ ହାର ୯୨.୯% ରହିଛି।

ପିଜି କଳାରେ ୧୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୭ ଜଣ ପାସ୍‌ କରିଛନ୍ତି, ପାସ୍‌ ହାର ୯୨.୪% ରହିଛି। ବିଇଡି ପରୀକ୍ଷାରେ ୫୦ଜଣ ପରୀକ୍ଷା ଦେଇଥିବାବେଳେ ୫୦ ଜଣ ପାସ୍‌ କରିଥିବାରୁ ପାସ୍‌ ହାର ଶତ ପ୍ରତିଶତ ରହିଛି। ବିବିଏ ପରୀକ୍ଷାରେ ୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟ‌ରୁ ୯ ଜଣ ପାସ କରିଥିବାବେଳେ ପାସ ହାର ୬୪.୩% ରହିଛି। ବିସିଏରେ ୩୪ ଜଣ ପରୀକ୍ଷା ଦେଇଥିବାବେଳେ ୧୮ ଜଣ ପାସ୍‌ କରିଛନ୍ତି, ପାସ୍‌ ହାର ୫୩% ରହିଛି। ଏମ୍‌ଏଫସିରେ ୧୪ ଜଣ ପରୀକ୍ଷା ଦେଇଥିବାବେଳେ ୮ ଜଣ ପାସ୍‌ କରିଛନ୍ତି , ପାସ୍‌ ହାର ୫୭.୧% ରହିଛି। ଏମ୍‌ଏସଡବ୍ଲୁ ପରୀକ୍ଷାରେ ୩୮ ଜଣ ପରୀକ୍ଷା ଦେଇଥିବାବେଳେ ୩୦ ଜଣ ପାସ୍‌ କରିଛନ୍ତି, ପାସ୍‌ ହାର ୭୮.୯% ରହିଛି।

ଅନ୍ୟପକ୍ଷେ ଯୁକ୍ତ ୩ କଳାରେ ପୂଜା ସାହୁ ୮୫% ମାର୍କ ରଖି ଟପ୍ପର ହୋଇଛନ୍ତି। ଯୁକ୍ତ ୩ ବାଣିଜ୍ୟ ବିଭାଗରେ ସିବାନୀ ସାହୁ ୮୨.୯% ମାର୍କ ରଖି ଟପ୍ପର, ବିଜ୍ଞାନରେ ପ୍ରଶଂଜିତ ମୁଣ୍ଡ ୯୧.୯% ମାର୍କ ରଖି ଟପ୍ପର ହୋଇଛନ୍ତି। ପିଜି କଳାରେ ପ୍ରତିଭା ପ୍ରଧାନ ୮୨.୪% ନମ୍ବର ରଖି ଟପ୍ପର ହୋଇଛନ୍ତି। ବିଇଡିରେ ସରୋଜ କୁମାର ୮୫ % ନମ୍ବର ରଖି ଟପ୍ପର ହୋଇଛନ୍ତି। ବିବିଏରେ ଅର୍ଚ୍ଚନା କୁମାରୀ ତାଣ୍ଡି ୭୦.୫୪% ମାର୍କ ରଖି ଟପ୍ପର, ବିସିଏରେ ନିତୁ ମହାପାତ୍ର ୮୨.୧୨% ନମ୍ବର ରଖି ଟପ୍ପର, ଏମ୍‌ଏଫସିରେ ମାଣ୍ଡା ବୈଷ୍ନବୀ ୮୪.୧୬% ନମ୍ବର ରଖି ଟପ୍ପର ଓ ଏମ୍‌ଏସ୍‌ଡବ୍ଲୁରେ ଶ୍ବେତପଦ୍ମା ମିଶ୍ର ୮୬. ୩୦% ମାର୍କ ରଖି ଟପ୍ପର ହୋଇଥିବା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଅଖିଳ ନାୟକ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର