ଭୁବନେଶ୍ୱର: ବିଭିନ୍ନ କଲେଜରେ ଲ୍ୟାଟେରାଲ ଏଣ୍ଟ୍ରି ବି.ଟେକ୍, ବି.ଫାର୍ମ, ଲ୍ୟାଟେରାଲ ଏଣ୍ଟ୍ରି ବି.ଫାର୍ମ, ଏମ୍ବିଏ, ଏମ୍ସିଏ, ଲ୍ୟାଟେରାଲ ଏଣ୍ଟ୍ରି ଏମ୍ସିଏ, ଏମ୍ଟେକ୍, ଏମ୍.ପ୍ଲାନ୍, ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାର ଏମ୍ବିଏ ବିଷୟରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଛନ୍ତି।ଏଥିରେ ସମୁଦାୟ ୪୨ ହଜାର ୨୮୩ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି। ଗତ ମେ’ ମାସ ୧୩ ତାରିଖରେ ରାଜ୍ୟର ୮୧ଟି କେନ୍ଦ୍ରରେ ୪୨ ହଜାର ୨୮୮ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ। ଅର୍ଥାତ ଏହି ପରୀକ୍ଷାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀ ପାସ୍ କରିପାରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୨ଟି ବିଭାଗରେ ହୋଇଥିବା ଓଜେଇଇ ପରୀକ୍ଷାରେ ୪୨,୨୮୩ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କକାର୍ଡ ମିଳିଛି। ଏମ୍ସିଏ ବିଷୟରେ ବିପ୍ଲବ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ବି.ଫାର୍ମରେ ଶୁଭମ, ଇଣ୍ଟିଗ୍ରେଟେଡ ଏମ୍ବିଏରେ ତନୁଶ୍ରୀ ବେହେରା ଟପ୍ପର ହୋଇଛନ୍ତି। ସେହିଭଳି ଏମ୍ଟେକ୍ରେ ସୌମ୍ୟବ୍ରତ ବାନାର୍ଜୀ ଓ ଏମ୍.ଫାର୍ମରେ ବିଦିଶା ବିଶ୍ୱାସ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କକାର୍ଡ େଓ୍ଵବ୍ସାଇଟ୍ www.ojee.nic ଓ www.odishajee.comରୁ ଡାଉନ୍ଲୋଡ କରିପାରିବେ। ସୂଚନାଯୋଗ୍ୟ ଓଜେଇଇ ପରୀକ୍ଷାରେ ସାମିଲ ହେବା ପାଇଁ ୪୮ ହଜାର ୩୧୮ ଜଣ ଛାତ୍ରଛାତ୍ରୀ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ। ସେଥିରୁ ୭,୦୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ।