‘ସମ୍ବାଦ’ର ରାଜ୍ୟସ୍ତରୀୟ ବାର୍ଷିକ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା -୨୦୨୦ର ଫଳାଫଳ ଘୋଷିତ 

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ଦ୍ୱାରା ଆୟୋଜିତ ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା -୨୦୨୦ର ଫଳାଫଳ ଆଜି ଘୋଷଣା କରାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ ସେପ୍ଟେମ୍ବର ୬ ତାରିଖରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ହସ୍ତାକ୍ଷର ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରମାନଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |

ଆଜି କଲେଜସ୍ତରୀୟ ସମ୍ବାଦ-କନକ ନ୍ୟୁଜ୍ ବିତର୍କ ଏବଂ ସମ୍ବାଦ-ରେଡିଓ ଚକଲେଟ୍ ସାରେଗାମା ପ୍ରତିଯୋଗିତା କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଚାଲିଛି | ସେପ୍ଟେମ୍ବର ୨୭ ତାରିଖରେ ଏହାର ଅନ୍ତିମ ରାଉଣ୍ଡ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି |ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବିବେଚିତ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ପ୍ରତ୍ୟେକ ବର୍ଗ ପାଇଁ ଯଥାକ୍ରମେ ୧୦ ହଜାର, ୭, ୫୦୦ ଏବଂ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ|

 

ସମ୍ବନ୍ଧିତ ଖବର