ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ

ବାରିପଦା ଟାଉନ : ବାରିପଦାସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଅନୁମୋଦନ କ୍ରମେ ଯୁକ୍ତ ୩ ଫାଇନାଲ ସେମିଷ୍ଟାର ସିବିଏସଇ-୨୦୨୦ର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱ ବିଦ୍ୟାଳୟ ଆନୁକୁଲ୍ୟରେ ୮୪ ଟି ମହାବିଦ୍ୟାଳୟର ମୋଟ ୧୨୭୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୮୯୦୫ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୨୭୩୪ ଜଣ ଫେଲ ହୋଇଥିବାର ଜଣାଯାଇଛି। ପାସ ହାର କଳାରେ ଶତକଡା ୭୯.୪୩ , ବିଜ୍ଞାନରେ ୭୦.୪୧ଶତକଡା ଏବଂ ବାଣିଜ୍ୟରେ ୭୧.୩୦ ଶତକଡା ରହିଥିବାର ଜଣାଯାଇଛି।

କଳାରେ ବେତନଟି ମହାବିଦ୍ୟାଳୟର ମନସ୍ତତ୍ୱ ସମ୍ମାନର ଛାତ୍ରୀ କ୍ରିତିକା ଖଣ୍ଡେଲୱାଲ ୧୩୧୪ ନମ୍ବର ରଖି ପ୍ରଥମ, ବିଜ୍ଞାନରେ ଉଦଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ରଶ୍ମୀ ରଞ୍ଜନ ବାରିକ ୧୨୮୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କେନ୍ଦୁଝର ଡିଗ୍ରୀ କମର୍ସ କଲେଜର ବାଣିଜ୍ୟ ସମ୍ମାନର ଛାତ୍ରୀ କବିତା ପଲେଇ ୧୨୭୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣାଯାଇଛି । ବେତନଟି ମହାବିଦ୍ୟାଳୟର ଛାତ୍ରୀ କ୍ରିତିକା ସର୍ବାଧିକ ୧୩୧୪ ନମ୍ବର ରଖି ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ୩୦ ତାରିଖ ୩ଘଟିକା ପରଠାରୁ ୱେବସାଇଟରୁ ରେଜଲ୍ଟ ଡାଉନ ଲୋଡ କରିପାରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର