ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ୍‌ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୯୪.୫ ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ(ଡିଇଏଲ୍‌ଇଡି) ୨୦୨୧ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ପାସ୍ ହାର ୯୪.୫ ପ୍ରତିଶତ ରହିଥିବା ବେଳେ ମୋଟ ୫,୬୨୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାରେ ମୋଟ ୧୬ ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍‌ ପ୍ରାକ୍ଟିସ୍‌ କରାଯାଇଥିଲା।

ତଥ୍ୟ ମୁତାବକ, ଦ୍ବିତୀୟବର୍ଷ ମୋଟ ୫୯୫୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥରୁ ୫୮ଜଣଙ୍କ ବ୍ୟାକ୍ ରହିଥିଲା। ପ୍ରକ‌ାଶ‌ ‌ଯେ, ୨୦୨୧ ଜାନୁଆରି ୧୨ ତାରିଖରେ ପ୍ରଥମବର୍ଷ ପରୀକ୍ଷା କରାଯାଇଥିବା ବେଳେ ୨୦୨୧ ସେପ୍‌ଟେମ୍ବର ୨୯ରୁ ଅ‌େ୍ଟାବର ୮ ତାରିଖ ପର୍ଯ୍ୟନ୍ତ ଏହାର ଦ୍ବିତୀୟବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇଥିଲ‌ା। ପ୍ରଥମବର୍ଷ ୬୫ଜଣଙ୍କ ବ୍ୟାକ୍ ଥିବା ବେଳେ ଦ୍ବିତୀୟବର୍ଷ ମଧ୍ୟ ୬୫ଜଣଙ୍କ ବ୍ୟାକ୍ ରହିଥିଲା। ପ୍ରଥମ ଓ ଦ୍ବିତୀୟବର୍ଷ ୬ଟି ଲେଖାଏ କେନ୍ଦ୍ର‌ରେ ମୂଲ୍ୟାୟନ କରାଯାଇଥିଲା। ପ୍ରଥମବର୍ଷ ୬୧୫୩ ଜଣ ପରୀକ୍ଷା ଦେଇଥିବା ବେଳେ ୪ଜଣଙ୍କୁ ମାଲ୍‌ପ୍ରାକ୍ଟିସ୍ କରାଯ‌ାଇଥିଲା। ବୋର୍ଡ ସୂଚନା ମୁତାବକ, ଏହି ପରୀକ୍ଷା ଫଳ‌(www.bseodisha.ac.in)ରେ ଉପଲବ୍ଧ ହେବ। ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଚାହିଁଲେ ଚଳିତ ଫେବ୍ରୁଆରି ୨୮ ପୂର୍ବରୁ ଅଫ୍‌ଲାଇନ୍‌ରେ ଜୋନ୍‌ ଅଫିସ୍‌ରେ ଚେକିଂ ପାଇଁ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର