ରାଜ୍ୟସ୍ତରୀୟ ‘ସମ୍ବାଦ’- ‘ଆମ ଓଡ଼ିଶା’ ପ୍ରତିଯୋଗିତା ଫଳାଫଳ

କୁଇଜ୍‌ରେ ସ୍ବାଭିମାନ, ଚିତ୍ରାଙ୍କନରେ ପୀୟୂଷ, ହସ୍ତାକ୍ଷରରେ ଖିଆଲି ପ୍ରଥମ

ଭୁବନେଶ୍ବର : ‘ସମ୍ବାଦ’ ସ୍ବନକ୍ଷତ୍ର ଅବସରରେ ଅନୁଷ୍ଠିତ ବାର୍ଷିକ ରାଜ୍ୟସ୍ତରୀୟ କୁଇଜ୍, ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ପ୍ରତି‌ଯୋଗିତାର ଫଳାଫଳ ବୁଧବାର ପ୍ରକାଶ ପାଇଛି। କୁଇଜ୍‌ରେ ଜଗତସିଂହପୁର ଜିଲ୍ଲା ବୋରିକିନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ବାଭିମାନ ପାତ୍ର ପ୍ରଥମ ହୋଇଥିବା ବେଳେ ଚିତ୍ରାଙ୍କନରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସେଣ୍ଟ୍‌ ଆନିସ୍ କନଭେଣ୍ଟ୍‌ ସ୍କୁଲର ପୀୟୂଷ ଦତ୍ତ ପ୍ରଥମ ଏବଂ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଖିଆଲି ପାତ୍ର ହସ୍ତାକ୍ଷର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତିନିଟି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବ‌ା ୯ ଜଣ ପ୍ରତିଯୋଗୀଙ୍କୁ ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ।

ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ସୋନପୁର ଜିଲ୍ଲା ସିଙ୍ଘିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମୀୟ ମହାକୁଡ଼ ଦ୍ବିତୀୟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ଜ୍ଞାନଜ୍ୟୋତି କାଞ୍ଚନବେନ୍‌ ରସିକଲାଲ୍‌ ବିଦ୍ୟାଳୟର ସତ୍ୟମ୍‌ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭୁବନେଶ୍ବର କଳିଙ୍ଗନଗର କେନ୍ଦ୍ରୀୟ ବିଦ୍ୟାଳୟର ଯସ୍ମିନ ମହାନ୍ତି ଦ୍ବିତୀୟ ହୋଇଥିବା ବେଳେ ରାଉରକେଲା ଶ୍ରୀ ଅରବିନ୍ଦ ସ୍କୁଲ (ସେକଟର-୫)ର ସାହିଲ କଂସାରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ବ୍ରହ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ନୀଳକଣ୍ଠନଗର)ର ଅର୍ପଣ କୁମାର ମଲ୍ଲିକ ଦ୍ବିତୀୟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ଅରାହାଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରିତମ ଗୁରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଗତ ୧୯ ତାରିଖରେ ଅନୁଷ୍ଠିତ ଜିଲ୍ଳାସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତି‌ଯୋଗୀମାନଙ୍କୁ ନେଇ ଗତ ୨୬ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହୋଇଥିଲା।

ସେହିଭଳି ଗତ ୧୯ ତାରିଖରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କର ପରୀକ୍ଷାା ଖାତା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା। ଏକ ଉଚ୍ଚସ୍ତରୀୟ ବିଚାରକମଣ୍ଡଳୀ ଦ୍ବାରା ଏହିସବୁ ଖାତାର ମୂଲ୍ୟାୟନ କରାଯିବା ପରେ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ବଛାଯାଇଛି। ଏହି ବିଚାରକମଣ୍ଡଳୀରେ ଥିଲେ ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ର ଶିଳ୍ପୀ ତଥା ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସଚିବ ରାମହରି ଜେନା, ଜାତୀୟ ବୃତ୍ତିପ୍ରାପ୍ତ ଚିତ୍ର ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏ‌କାଡେମୀର ପୂର୍ବତନ ସଚିବ ତଥା ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଏବଂ ବିଭୂତି କାନୁନଗୋ ଚାରୁ ଓ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର।

କୁଇଜ୍‌
୧ମ ସ୍ବାଭିମାନ ପାତ୍ର
ଶ୍ରେଣୀ: ଦଶମ
ବିଦ୍ୟାଳୟ: ସରକାରୀ ଉଚ୍ଚ ବିଦ୍ୟାଳୟ, ବୋରିକିନା, ବାଲିକୁଦା, ଜଗତସିଂହପୁର
୨ୟ ଅମୀୟ ମହାକୁଡ଼
ଶ୍ରେଣୀ: ଦଶମ
ବିଦ୍ୟାଳୟ: ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସିଙ୍ଘିଯୁବା, ବିନିକା, ସୋନପୁର
୩ୟ ସତ୍ୟମ୍‌ ପ୍ରଧାନ
ଶ୍ରେଣୀ: ଦଶମ
ବିଦ୍ୟଳୟ: ଜ୍ଞାନଜ୍ୟୋତି କାଞ୍ଚନବେନ୍‌ ରସିକଲାଲ୍‌ ବିଦ୍ୟାଳୟ, ନୂଆପଡ଼ା

ଚିତ୍ରାଙ୍କନ
୧ମ ପୀୟୂଷ ଦତ୍ତ
ଶ୍ରେଣୀ: ୫ମ ଶ୍ରେଣୀ
ବିଦ୍ୟାଳୟ: ସେଣ୍ଟ୍‌ ଆନିସ୍‌ କନଭେଣ୍ଟ ସ୍କୁଲ, ବାରିପଦା, ମୟୂରଭଞ୍ଜ
୨ୟ ଯସ୍ମିନ୍‌ ମହାନ୍ତି
ଶ୍ରେଣୀ: ୪ର୍ଥ ଶ୍ରେଣୀ
ବିଦ୍ୟାଳୟ: କେନ୍ଦ୍ରୀୟ ବିଦ୍ୟାଳୟ ୫, କଳିଙ୍ଗ ନଗର, ଭୁବନେଶ୍ବର, ଖୋର୍ଦ୍ଧା
୩ୟ ସାହିଲ୍‌ କଂସାରୀ
ଶ୍ରେଣୀ: ୫ମ ଶ୍ରେଣୀ
ବିଦ୍ୟାଳୟ: ଶ୍ରୀ ଅରବିନ୍ଦ ସ୍କୁଲ, ସେକ୍ଟର ୫, ରାଉରକେଲା, ସୁନ୍ଦରଗଡ଼

ହସ୍ତାକ୍ଷର
୧ମ ଖିଆଲି ପାତ୍ର
ଶ୍ରେଣୀ: ୭ମ ଶ୍ରେଣୀ
ବିଦ୍ୟାଳୟ: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରାଇରଂଗପୁର, ମୟୂରଭଂଜ
୨ୟ ଅର୍ପଣ କୁମାର ମଲ୍ଲିକ
ଶ୍ରେଣୀ: ୮ମ ଶ୍ରେଣୀ
ବିଦ୍ୟାଳୟ: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର, ବ୍ରହ୍ମପୁର, ଗଞ୍ଜାମ
୩ୟ ପ୍ରିତମ୍‌ ଗୁରୁ
ଶ୍ରେଣୀ: ୬ଷ୍ଠ ଶ୍ରେଣୀ
ବିଦ୍ୟାଳୟ: ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଅରାହାଟ, ବଅଁରପାଳ, ଅନୁଗୁଳ

 

ସମ୍ବନ୍ଧିତ ଖବର