ଭୁବନେଶ୍ବର : ବିନା ଦରମାରେ କାମ କରିବେ ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ୍ । କିଛିଦିନ ତଳେ ଓଡ଼ିଶା କ୍ୟାଡରର ଏହି  ଆଇଏଏସ ଅଧିକାରୀ ଅବସର ନେଇଥିଲେ । ଓଡ଼ିଶା ସରକାରଙ୍କ ଅଧିନରେ ବହୁ ବର୍ଷ ଧରି କାମ କରିଥିବା ବାଲକ୍ରିଷ୍ଣନ୍ ଓଡ଼ିଶାର କଳା ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ବର୍ତମାନ ରାଜ୍ୟ ସରକାର ତାଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ।

Advertisment

ହେଲେ ଓଡ଼ିଶାକୁ ଭଲ ପାଉଥିବା ଏହି ଆଇଏଏସ ଅଧିକାରୀ ଅବସର ପରେ କୌଣସି ଦରମା ନନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ। ସ୍ୱତନ୍ତ୍ର ଉନ୍ନୟନ କାଉନସିଲ, ଆଦିବାସୀ ମ୍ୟୁଜିୟମ, କ୍ରାଫ୍ଟ ମ୍ୟୁଜିୟମ, ଇନପୁଟ ଟୁ ହେରିଟେଜ୍ କ୍ୟାବିନେଟ, ଓଡ଼ିଆ ୟୁନିଭର୍ସିଟି ଭଳି ଉନ୍ନୟନ କାର୍ଯ୍ୟକୁ ତଦାରଖ କରିବେ ବାଲକ୍ରିଷ୍ଣନ୍ । ନିଜର କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ସବୁବେଳେ ବାଲକ୍ରିଷ୍ଣନ ଚର୍ଚ୍ଚାରେ ରହି ଆସିଛନ୍ତି।

୧୯୮୪ବ୍ୟାଚର ଏହି ଆଇଏଏସ କିଛି ଦିନ ତଳେ ଅବସର ନେଇଥିଲେ । ହେଲେ ପୁଣି ଥରେ ରାଜ୍ୟର ବିକାଶ କାର୍ଯ୍ୟକୁ ତଦାରଖ କରିବା ପାଇଁ ତାଙ୍କୁ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ହେଲେ ଏଥିପାଇଁ ସେ ଦରମା ଆକାରରେ କୌଣସି ଅର୍ଥ ନେବେ ନାହିଁ । ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କ ର‌୍ୟାଙ୍କରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ।