ଝରିଗାଁ: ନବରଙ୍ଗପୁରଜିଲ୍ଲା ଉପାନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ବର୍ଷ ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବରିଷ୍ଠ ଫାର୍ମାସିଷ୍ଟ ପ୍ରଦୀପ୍ତ କୁମାର ମିଶ୍ର ସୋମବାର ଚାକିରିରୁ ଅବସର ନେଇଛନ୍ତି। ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡାଙ୍କ ସହିତ ଅନ୍ୟ ଡାକ୍ତରମାନେ ଫାର୍ମାସିଷ୍ଟ ପ୍ରଦୀପ୍ତ ଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଅବସରର ପରବର୍ତ୍ତୀ ଦିନ ଗୁଡିକ ସୁଖମୟ ହେଉ ବୋଲି କାମନା କରିଥିଲେ।
ଉପାନ୍ତ ଅଞ୍ଚଳ ଗୁଡିକୁ ସରକାରୀ ବାବୁମାନେ ବଦଳି ହୋଇ ଯିବା ପାଇଁ ଅମଙ୍ଗ ହେଉଥିଲେ। ଯଦି ବା ଗଲେ କିଛି ମାସ ବା କିଛି ବର୍ଷ ମଧ୍ୟରେ ଲବି କରି ବିଭିନ୍ନ ସହରକୁ ବଦଳି ହୋଇ ଯାଉଥିଲେ। ଏପରି ସମୟରେ ୧୯୯୫ ମସିହାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ହୋଇଥିଲେ ସୁଦୂର ଯାଜପୁର ଜିଲ୍ଲା ଅନ୍ୟାସୀପୁର ଗ୍ରାମର ପ୍ରଦୀପ୍ତ ମିଶ୍ର।
ସେହି ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଡାକ୍ତର ଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଘୋର ଅଭାବ ରହିଥିଲା। ସେହି ସମୟରେ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁ ଶହ ଶହ ଲୋକ ମ୍ୟାଲେରିଆ ରୋଗରେ ପୀଡିତ ହେଉଥିବା ବେଳେ ବର୍ଷା ଦିନମାନଙ୍କରେ ଗାଁ ଗାଁରେ ଝାଡା ବାନ୍ତି ଆକ୍ରାନ୍ତ ହେଉଥିଲେ।
ଏପଟେ ଚନ୍ଦାହାଣ୍ଡି ଘାଟିରେ ସବୁବେଳେ ଦୁର୍ଘଟଣା ମାନ ଘଟୁଥିଲା। ୧୯୯୫ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୨ ବର୍ଷ ଧରି ଏକ ମାତ୍ର ଡାକ୍ତର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ବେଳେ ଫାର୍ମାସିଷ୍ଟ ପ୍ରଦୀପ୍ତ ଡାକ୍ତରଙ୍କୁ ସହଯୋଗ କରିବା ସହ ନିଜେ ସମସ୍ତ ରୋଗୀଙ୍କୁ ଦିନ ରାତି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ।
୨୦୦୧ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀଙ୍କ ପରୀକ୍ଷା ସହ କୃଷ୍ଣ ରୋଗୀମାନଙ୍କ ଚିହ୍ନଟ ସହ ଔଷଧ ସେବନ କାର୍ଯ୍ୟ ତୁଲାଇ ଥିଲେ। ବର୍ତ୍ତମାନ ଏକ ବର୍ଷ ହେବ ବରିଷ୍ଠ ଫାର୍ମାସିଷ୍ଟ ଭାବେ ପଦ ପଦୋନ୍ନତି ପାଇ ଷ୍ଟୋର ଦାଇତ୍ୱରେ ରହିଛନ୍ତି। ସେ ନିଯୁକ୍ତି ପାଇବା ପର ଠାରୁ ସେ କେବେ ବଦଳି ପାଇଁ ଲବି କରିନାହାନ୍ତି।
୧୯୯୫ ମସିହାରେ ନିଯୁକ୍ତି ପାଇବା ବେଳେ ଯେଉଁ ଦଦରା ଘରେ ଫାର୍ମାସିଷ୍ଟ ପ୍ରଦୀପ୍ତ ରହୁଥିଲେ ଏବେ ମଧ୍ୟ ସେହି ଦଦରା ଘରେ ହିଁ ରହି ଆସୁଛନ୍ତି। ଯୁବକ ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଚାକିରୀ ଆରମ୍ଭ କରିବା ଥିବା ପ୍ରଦୀପ୍ତ ସୋମବାର ଅବସର ନେଇଛନ୍ତି। ଚାକିରୀ ଆରମ୍ଭ ଯେଉଁଠି ଚାକିରୀ ଶେଷ ବି ହେବ ସେଇଠି ହୋଇଛି। ଡାକ୍ତରଖାନାରେ ରୋଗୀ ସେବା କରି ଆସିବା ପରେ ଏବେ ବି ସକାଳୁ ଓ ସନ୍ଧ୍ୟା ସମୟରେ ନିଜ ଘରେ ଗରୀବଙ୍କୁ ମାଗଣା ରୋଗୀ ସେବା କରି ଆସୁଛନ୍ତି।
ଝରିଗାଁ ତଥା ଆଖପାଖ ଅଞ୍ଚଳର ରୋଗୀମାନେ ଦିନ ରାତି ଯେଉଁ ସମୟରେ ଆବଶ୍ୟକ ପଡେ ସେହି ସମୟରେ ପ୍ରଦୀପ୍ତଙ୍କ ଦ୍ବାରକୁ ଯାଆନ୍ତି ଓ ସେବା ପାଆନ୍ତି। କେବଳ ଏତିକି ନୁହେଁ ଯେଉଁ ରୋଗୀ ଆସିବା ସମ୍ଭବ ନୁହେଁ ସେ ନିଜେ ଘରକୁ ଯାଇ ତାଙ୍କୁ ସେବା ଯୋଗାଇ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ମିଶ୍ର ସାର ଭାବେ ଘରେ ଘରେ ପରିଚିତ ହୋଇ ଥିବା ବେଳେ ଅବସର ପରେ ଝରିଗାଁରେ ରହିବେ ନା ନାହିଁ କୌଣସି ମତ ଦେଇ ନାହାନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/30/retired-after-30-years-of-service-in-the-suburbs-2025-06-30-17-40-19.jpg)