ଅବସରପ୍ରାପ୍ତ ଡିଏଫଓ ଦ୍ବାରିକାନାଥ ବେହେରାଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁର‌ରେ ଅବସରପ୍ରାପ୍ତ ଡିଏଫଓ ଦ୍ବାରିକାନାଥ ବେହେରା(୯୫)ଙ୍କର ୨୪ ତାରିଖ ସଂଧ୍ୟାରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରାତିରେ ସମ୍ବଲପୁର ସ୍ବର୍ଗଦ୍ବାରରେ ପୁଅ ସତ୍ୟ ନାରାୟଣ ବେହେରା ମୁଖାଗ୍ନି ଦେଇଥିଲେ। ସେ ନିଜ ଅନ୍ତେ ପତ୍ନୀ ପ୍ରେମଲତା ବେହେରା(୮୮), ୪ ଝିଅ ଏବଂ ଜଣେ ପୁଅଙ୍କୁ ଛାଡ଼ି ଯାଇଛନ୍ତି।

ସ୍ବର୍ଗତ ବେହେରା ୧୯୨୬ ମସିହାରେ ରେଢାଖୋଲର ପୋଡ଼ବଲଣ୍ଡାରେ ଜନ୍ମ ନେଇଥିଲେ। ଜିଲ୍ଲା ସ୍କୁଲରୁ ମାଟ୍ରିକ, ଗଙ୍ଗାଧର ମେହେର କଲେଜରୁ ଆଇଏଏସିରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୫୦ ମସିହାରେ ମାଡ୍ରାସ ଫରେଷ୍ଟ କଲେଜ(କୋଇମ୍ବାଟୁର)ରୁ ରେଞ୍ଜର ଭାବରେ ପ୍ରଶିକ୍ଷଣ ନେଇଥିଲେ। ସରକାରୀ ଚାକିରିରେ ଯୋଗ ଦେଇ ୧୯୫୧ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରୀପୋଷୀରେ ରେଞ୍ଜର ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ରାଜ୍ୟର ଆଠମଲ୍ଲିକ, ଖଡ଼ିଆଲରୋଡ଼, ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ଡିଏଫଓ ଭାବରେ କାର୍ଯ୍ୟ କରିଥିଲେ। ୧୯୮୩ ମସିହାରେ ସମ୍ବଲପୁର ଡିଏଫଓ ଥିବାବେଳେ ଅବସର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର