ଦୂରଦର୍ଶନର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନାଙ୍କ ପରଲୋକ

କଟକ : ଅବସରପ୍ରାପ୍ତ ଦୂରଦର୍ଶନ ଉପନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନାଙ୍କର ଶୁକ୍ରବାର ରାତିରେ ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି।

ସେ ଜଣେ ସ୍ବନାମଧନ୍ୟ ସାହିତ୍ୟିକ, ସମାଜସେବୀ ଓ ବିଭିନ୍ନ ସାହିତ୍ୟ ସଂଗଠନର ଉପଦେଷ୍ଟା ଥିଲେ। ତିତ୍ତୋର୍ଲ କୁମାର ଉତ୍ସବ ସମିତିର ପୂର୍ବତନ ସଭାପତି ଓ ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି କାର୍ଯ୍ୟ ଅଦ୍ୟାବଧି ପରିଚାଳନା କରୁଥିଲେ। ଅବସର ପରେ ନିଜ ଗ୍ରାମ ତିର୍ତ୍ତୋଲରେ ରହି ଆଞ୍ଚଳିକ ସମସ୍ୟାକୁ ବିଭିନ୍ନ ସମୟରେ ସରକାରୀସ୍ତରରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ସହ ସମାଧାନ କରି ପାରୁଥିଲେ। ତାଙ୍କର ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି। ତାଙ୍କର ପରଲୋକରେ ବର୍ଷୀୟାନ ସାହିତ୍ୟିକ ରାହାସ ରାୟ, ପ୍ରଫେସର ଡାକ୍ତର ଗୋଲଖଚନ୍ଦ୍ର ବେହେରା, ପ୍ରାକ୍ତନ ଓଡ଼ିଶା ପ୍ରଶାସନିକ ଅଧିକାରୀ ନିହାରରଂଜନ ରାୟ, ଝଙ୍କଡ଼ ସାହିତ୍ୟ ସଂସଦର ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ଶିକ୍ଷାବିତ୍‌ ଗୋଲଖ ବିହାରୀ ପଲାଇ, ଶିକ୍ଷାବିତ୍‌ ବିଜୟା ମହାନ୍ତି, ସମାଜସେବୀ ଇନ୍ଦ୍ରମଣି ସାହୁ, ବାସବ ନନ୍ଦ ଓ ବାଳକୃଷ୍ଣ ନାଟ୍ୟ ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର