ବ୍ରହ୍ମପୁର : ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ. ଅରୁଣ କୁମାର ସାହୁ ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାରଣା କରି ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଅଭିଯୁକ୍ତ ଥିବା ଅବସରପ୍ରାପ୍ତ ଫରେଷ୍ଟର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ହେଲେ ଅଧିକ ୨ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିବା ସୂଚନା ମିଳିଛି।
ଦୋଷୀ ସାବ୍ୟସ୍ତ ହୋଇଥିବା ଅବସରପ୍ରାପ୍ତ ଫରେଷ୍ଟର ହେଲେ ଅଶୋକ କୁମାର ହୋତା, ଘର ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/jail.jpg)