ଖୋର୍ଦ୍ଧା : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିଙ୍କୁ ଦିନକର ପେନ୍‌ସନ ଦାନ କଲେ ଅବସରପ୍ରାପ୍ତ କର୍ମଚାରୀ

ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ମୁକାବିଲାରେ ସରକାରଙ୍କ ପଦେକ୍ଷପକୁ ସମର୍ଥନ କରି ଖୋର୍ଦ୍ଧା ଜିଲ୍ଲାର ଅନେକ ବଦାନ୍ୟବ୍ୟକ୍ତି, ସାଧାରଣ ବ୍ୟବସାୟୀ, ଅବସରପ୍ରାପ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଂଗଠନ ନିଜ ନିଜ ଶକ୍ତି ମୁତାବକ ସହାୟତା ଦେଇଛନ୍ତି । ଆଜି ଜଣେ ଅବସରପ୍ରାପ୍ତ କର୍ମଚାରୀ ନିଜର ଦିନକର ପେନ୍‌ସନ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିଙ୍କୁ ପ୍ରଦାନ କରିଛନ୍ତି ।

ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗରେ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ରମେଶ ଚନ୍ଦ୍ର ରଥ ନିଜର ଦିନକର ପେନସନ୍ ଅର୍ଥ ୧୧୧୧ଟଙ୍କା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠୀକୁ ପ୍ରଦାନ କରିଛନ୍ତି । ସେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧରେ ପ୍ରଭାବଶାଳୀ ପଦକ୍ଷେପର ପ୍ରଶଂସା କରିଛନ୍ତି ।

ସେହିଭଳି ଖୋର୍ଦ୍ଧାର ପରିଚିତ କ୍ରୀଡ଼ା ଅନୁଷ୍ଠାନ ଇଗଲ କ୍ରିକେଟ୍ କ୍ଲବ ପକ୍ଷରୁ ଏହାର ସଂପାଦକ ଅଭିଶେକ ସିଂହସାମନ୍ତ ଜିଲ୍ଲାପାଳ ସୀତାଂଶ କୁମାର ରାଉତଙ୍କୁ ଭେଟି ୧ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀକୁ ପ୍ରଦାନ କରିଛନ୍ତି । ଏହା ସହ କ୍ଲବ ପକ୍ଷରୁ ଆଗାମୀ ଦିନରେ ନିମ୍ନ ଆୟବର୍ଗ, ଖଟିଖିଆ, ମଜୁରିଆଙ୍କୁ ସାବୁନ, ମାସ୍କ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହସାମନ୍ତ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର