ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ଓ ମାନେଶ୍ବର ଷ୍ଟେସନ ମଧ୍ୟରେ ଥିବା ସିନ୍ଦୂରପଙ୍କ ନିକଟ ରେଳ ଧାରଣାରୁ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ନାଥ। ସେ ତିନି ମାସ ତଳେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କର ଘର ସଦର ଥାନା ଅନ୍ତର୍ଗତ ସିନ୍ଦୂରପଙ୍କଠାରେ ବୋଲି ଜଣାଯାଇଛି। ଟାମ୍ପରକେଲା ହାଇସ୍କୁଲରେ ଦୀର୍ଘଦିନ ଧରି ସେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ।

Advertisment

publive-image
ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ପୁଲିସ। ସେ ଏଥିରେ ନିଜର ମୃତ୍ୟୁ ଲାଗି ସହକର୍ମୀଙ୍କୁ ଦାୟୀ କରିଛନ୍ତି। ସେ ଏହି ନୋଟରେ ଲେଖିଛନ୍ତି, ମୋର ସହକର୍ମୀ ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଂଜୀବ ପଟେଲ ମୋତେ ମିଳିତ ଭାବେ ଷଡ଼ଯନ୍ତ୍ର କରି ଫସେଇ ଦେଇଛନ୍ତି। ସଦର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।