ବୀରମହାରାଜପୁର: ଆରପାରିରେ କମଳପୁର ଗୌନ୍ତିଆ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହିରହର ପଣ୍ଡା । ୯୪ ବର୍ଷ ବୟସରେ ପୈତୃକ ଗ୍ରାମ କମଳପୁରରେ ଶନିବାର ରାତି ୯.୩୦ ତାଙ୍କର ପରଲୋକ ହୋଇଯାଇଛି । ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଣ୍ଡା ସେହି ସମୟରେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ପ୍ରଥମେ ଗ୍ରାମ ସେବକ ଭାବରେ ଚାକିରି ଆରମ୍ଭ କରିଥିଲେ । କିନ୍ତୁ ଶିକ୍ଷାର ବିକାଶ ଦିଗରେ ରୁଚି ରଖୁଥିବା ଶ୍ରୀ ପଣ୍ଡା କମଳପୁର ଗାଁରେ ବିଦ୍ୟାଳୟ ପ୍ରତିଷ୍ଟା କରିବା ସହ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇଥିଲେ । ଜୀବନକାଳ ଭିତରେ ଉନ୍ନତମାନର ଶିକ୍ଷାଦେଇ ଅନେକଂକ ଭବିଷ୍ୟତ ଗଢିଥିଲେ । କେବଳ ସେତିକି ନୁହେଁ ସମାଜ ସେବା କ୍ଷେତ୍ରରେ ସମଗ୍ର ଅଂଚଳରେ ତାଙ୍କର ବେଶ ଖ୍ୟାତି ରହିଥିଲା ।

Advertisment

ସେହିଭଳି କମଳପୁର ରାମଲୀଳା ନାଟ୍ୟ ସଂସଦର ପୁରୋଧା ମଧ୍ୟ ସେ ସାଜିଥିଲେ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କ ଦେହାନ୍ତରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡପୁଅ ବରିଷ୍ଟ ଆଇନଜୀବୀ ବିଷ୍ଣୁଚରଣ ପଣ୍ଡା, ମଝିଆପୁଅ ମହେଶ, ସାନପୁଅ ରମେଶ, ସମସ୍ତ ଝିଅ, ଜ୍ୱାଇଁ, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସ୍ଥାନୀୟ ମହାନଦୀ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡପୁଅ ବିଷ୍ଣୁଚରଣ ମୁଖାଗ୍ନୀ ଦେଇଥିଲେ ।