ଗଠନ ହେଲା ଅବସରପ୍ରାପ୍ତ ଓମଫେଡ ଅଧିକାରୀଙ୍କ ସଂଗଠନ

ଭୁବନେଶ୍ବର: ଓମଫେଡର ଅବସରପ୍ରାପ୍ତ ଅଫିସରମାନଙ୍କୁ ନେଇ ଅଲ ଓଡ଼ିଶା ଓମଫେଡ ଅଫିସର୍ସ (ରିଟାୟାର୍ଡ) ଆସୋସିଏସନ ଗଠନ କରାଯାଇଅଛି। ଓମଫେଡର ବିଭିନ୍ନ ଶାଖା, ମୁଖ୍ୟ କାର୍ଯ୍ୟାଳୟ ତଥା‌ ଜିଲ୍ଲାଦୁଗ୍ଧସଂଘର ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ବାର୍ଥ ତଥା ଓମଫେଡ ଦୁଗ୍ଧମହାସଂଘର ଉତ୍ତରୋତ୍ତର ଉନ୍ନତି ଓ ଭବିଷ୍ୟତକୁ ଆଖି ଆଗରେ ରଖି ସେଥିପ୍ରତି ଯତ୍ନବାନ ରହିବା ଉକ୍ତ ଅଣରାଜନୈତିକ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ସୋମବାର ସା‌ଧାରଣ ପରିଷଦ ବୈଠକରେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସଂଘ ପଞ୍ଜୀକୃତ କରାଯିବ। ଏଥିସହ ନିମ୍ନୋକ୍ତ ବ୍ୟକ୍ତି ସମୂହଙ୍କୁ ଅଲ ଓଡ଼ିଶା ଓମଫେଡ ଅଫିସର୍ସ (ଅବସରପ୍ରାପ୍ତ) ଆସୋସିଏସନକୁ ବିଭିନ୍ନ ପଦପଦବିରେ ମନୋନୀତ କରାଯାଇଅଛି।

ଅଲ ଓଡ଼ିଶା ଓମଫେଡ ଅଫିସର୍ସ (ଅବସରପ୍ରାପ୍ତ) ଆସୋସିଏସନର ସଭାପତି ଭାବେ ସୁ‌ରେଶ ଚନ୍ଦ୍ର କରଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜ୍ଞାନଚାନ୍ଦ ଦାସ ପଟ୍ଟନାୟକ, ଉପସଭାପତି ଭାବେ ଧୀରେନ୍ଦ୍ର କୁମାର ଦାସ, ସାଧାରଣ ସମ୍ପାଦକ ଭାବେ ବୀରେନ କୁମାର ପଟ୍ଟନାୟକ, ସହସମ୍ପାଦକ ଭାବେ ସୁବାସ ଚନ୍ଦ୍ର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବେ ଗଶେଶ ଚନ୍ଦ୍ର ସାମଲ, ବିନୋଦ କୁମାର ତ୍ରିପାଠୀ, ମୁକ୍ତିକାନ୍ତ ମହାପାତ୍ର, ଜ୍ଞାନବ୍ରତ ମହାନ୍ତିଙ୍କୁ ମନୋନୀତ କରାଯାଇଛି।

ଏହି ସାଧାରଣ ପରିଷଦ ବୈଠକରେ ଦୁଗ୍ଧମହାସଂଘ ତଥା ଜିଲ୍ଲାଦୁଗ୍ଧ ସଂଘର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର