ବ୍ରହ୍ମପୁର: ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ତାଲାବନ୍ଦ ଘରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳା ଜଣକ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ । ଏନେଇ ତଦନ୍ତ ଜାରି ରହିଛି। ମୃତ ମହିଳା ଜଣକ ହେଲେ ନମିତା ରଥ।
ଘରେ କେହି ନଥିବା ବେଳେ ଏଭଳି ହୋଇଥିବା ପରିବାର ଲୋକେ କହିଛନ୍ତି। ପରିବାର ଲୋକେ ଘରକୁ ଆସି ଦେଖିଲା ବେଳକୁ ସେ ଜଳିଯାଇଛନ୍ତି।
ପରେ ମହିଳା ଜଣଙ୍କୁ ଏମକେସିଜି ମେଡିକାଲ ଅଣାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ହତ୍ଯା ନା ଆଉ କ’ଣ ତାର ତଦନ୍ତ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଛି।
ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/21/retired-police-officers-wife-burnt-alive-in-locked-house-2025-07-21-20-15-11.jpg)