୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ। ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କର ସ୍ବର୍ଗତ ବାପାଙ୍କ ଇପିଏଫ୍‌ ଫାଇଲ୍‌ ଆଗକୁ ବଢ଼ାଇବା ପାଇଁ ଅମୃତ ସାହୁ ୩୦୦୦ ଟଙ୍କା ମାଗିଥିଲେ ଏବଂ ଏହାକୁ ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଏ ସଂକ୍ରାନ୍ତରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ସାହୁଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର