ଦଶରଥପୁର : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଦଶରଥପୁର ବ୍ଲକ୍ରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ହୋଇଯାଇଛି। ଗ୍ରାମନନ୍ଦିପୁର ପଞ୍ଚାୟତ ଅଞ୍ଚଳର ୮୭ ବର୍ଷୀୟ ଏହି ଶିକ୍ଷକ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗତ ୨୯ ତାରିଖରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ କରୋନା ପରୀକ୍ଷା ବେଳେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ରବିବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଶରୀରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନିଆଯାଇ ଯାଜପୁରଟାଉନ ବାରୁଣୀପଡ଼ିଆ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଗ୍ରାମନନ୍ଦିପୁର ଅଞ୍ଚଳରେ ଆଶଙ୍କା ପ୍ରକାଶ ପାଇଛି। ମୃତ ଶିକ୍ଷକଙ୍କ ପରିବାର ଲୋକ ଓ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଉମାକାନ୍ତ ମଲ୍ଲିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dead-covid-f.jpg)