ଦୁର୍ନୀତି କଲେ-ଫଳ ପାଇଲେ, ଅବସର ପୂର୍ବରୁ ସରକାର ଦେଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ସରକାରୀ ଚାକିରି କରି ଦୁର୍ନୀତି କଲେ କିଭଳି ଫଳ ଭୋଗିବାକୁ ପଡେ, ତାହାର ଆଜି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି | ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି | ଏହି ଦୁଇ ସରକାରୀ ବାବୁ ହେଉଛନ୍ତି ଢେଙ୍କାନାଳ ଓଟିଇଏସ ଆରଟିଓ ବସନ୍ତ ବେହେରା ଓ ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ |

ଅଭିଯୋଗ ମୁତାବକ ଓଡିଶା ଟ୍ରାନ୍ସପୋର୍ଟ ଇଂଜିନିୟରିଂ ସର୍ଭିସର ଆରଟିଓ ବସନ୍ତ ବେହେରାଙ୍କ ନାମରେ ୨୦୧୮ ମସିହାରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା | ତାଙ୍କ ନାମରେ ସମୁଦାୟ ୩ କୋଟି ୬୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ଜାଣିବାକୁ ପାଇଥିଲା | ସେହିପରି ୨୦୧୨ ମସିହାରେ କଟକରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରି ଘରୁ ନଗଦ ୪୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା |

ସେ ତାଙ୍କ ନାମରେ ସମୁଦାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ମାମଲା ରୁଜୁ କରିଥିଲା | ଯାହାକୁ ନେଇ ସରକାର ଏହି ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି |

ସମ୍ବନ୍ଧିତ ଖବର