ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦କୁ ବଢ଼ିବ

୧୫ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ବିନା ଅନୁମତିରେ ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ସମସ୍ତଙ୍କୁ ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଡାକ୍ତର ପଦବି ପୂରଣ ଉପରେ ଗୁରୁତ୍ବ ଦିଆଯାଇଛି।  ହେଲେ ଡାକ୍ତରଙ୍କ ଅଭାବ ଦୁର ହୋଇପାରିନାହିଁ। ବିଶେଷକରି କେବିକେ ଜିଲ୍ଲା ଗୁଡ଼ିକରେ ଡାକ୍ତରଙ୍କ ଘୋର ଅଭାବ ରହିଛି। ସେଥିପାଇଁ ବିଭିନ୍ନ ଡାକ୍ତରଖାନାରେ େଯଉଁ ଅବସରପ୍ରାପ୍ତ ଡାକ୍ତର ନିଯୁକ୍ତି ପାଇଛନ୍ତି, ସେମାନଙ୍କ କାର୍ଯ୍ୟକାଳ ୬ବର୍ଷ ପରିବର୍ତ୍ତେ ୮ ବର୍ଷକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଏଣିକି ଅବସର ପରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଡାକ୍ତରମାନେ ୬୮ ପରିବର୍ତ୍ତେ ସରକାରୀ ଡାକ୍ତରଖାନାରେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଅବସରପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା କେତେ ସେ ସଂକ୍ରାନ୍ତ ରିପୋର୍ଟ ଦେବାକୁ ସିଡିଏମଓମାନଙ୍କୁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିେଶାର ଦାସ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଡାକ୍ତର ଅଭାବ ଦୂର କରିବାକୁ ସରକାର ଚିନ୍ତାରେ ଅଛନ୍ତି। ଏ ନେଇ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଥିବା ସିଡିଏମଓ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା।  ୬୨ ବର୍ଷ ପରେ ଅବସର ନେଇଥିବା ଡାକ୍ତରଙ୍କୁ  ଯେଉଁ ସବୁ ଜିଲ୍ଲାରେ ୬ବର୍ଷ ପାଇଁ ଠିକା ନିଯୁକ୍ତି ଦିଆଯାଇଥିଲା ତାର ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ସିଡିଏମଓମାନେ ସେହି ଜିଲ୍ଲାର ଟ୍ରେଜେରିରୁ ତଥ୍ୟ ସଂଗ୍ରହ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିଡିଏମଓମାନେ ଅବସରପ୍ରାପ୍ତ ଡାକ୍ତରଙ୍କ ସହ କଥା ହୋଇ ସେମାନଙ୍କୁ ପୁନଃ ନିଯୁକ୍ତି ଦେଇପାରିବେ। ଅନ୍ୟପକ୍ଷରେ ନୂଆ ହୋଇ ଖୋଲିଥିବା ମେଡିକାଲ କଲେଜରୁ ଡାକ୍ତର ବାହାରିବାକୁ ଆଉ ଦୁଇବର୍ଷ ଲାଗିବ।  ନୂଆ ଡାକ୍ତରମାନଙ୍କ ନିଯୁକ୍ତି ପରେ ଆଉ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ରହିବନି।

ସାରା ରାଜ୍ୟରେ ରୋଗୀସେବା ଯୋଗାଇବା ପାଇଁ ମୋଟ ୬ ହଜାର ୭୧୯ଟି ମଞ୍ଜୁରି ପ୍ରାପ୍ତ ଡାକ୍ତର ପଦବି ରହିଛି। ଏବେସୁଦ୍ଧା ୫୧୩ଟି ପଦବି ଖାଲିପଡ଼ିଛି। ଗତ ମାର୍ଚ୍ଚ ମାସରେ ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀ ଉତ୍ତୀର୍ଣ୍ଣ େହାଇଥିବା ୯୩୮ଜଣ ଏମବିବିଏସ ଡାକ୍ତରଙ୍କ ସମେତ ଠିକା ଭିତ୍ତିରେ ୬୨୨ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ସେଥିରୁ କେତେଜଣ ଉଚ୍ଚତର ଶିକ୍ଷା ପାଇଁ ପିଜି କରୁଛନ୍ତି। ସେଥିପାଇଁ ସରକାର ମଧ୍ୟ ସେମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏବେ ସେସବୁ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ପଦବି ପୂରଣ ହୋଇଛି ସତ କିନ୍ତୁ ବାସ୍ତବରେ ରୋଗୀସେବା ପାଇଁ ଡାକ୍ତର ନାହାନ୍ତି। ପିଜି ପାସ କରି ଆସିବା ପରେ ସେସବୁ ଡାକ୍ତରଙ୍କୁ ସରକାର ପୁନଃ ନିଯୁକ୍ତି ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ଗୋଟିଏ ପଟେ ଡାକ୍ତର ସଂଖ୍ୟା କମ ରହିଥିବା ବେଳେ କେତେକ ଡାକ୍ତର ବିନା ଅନୁମତିରେ ଅନୁପସ୍ଥିତ ରହିଛନ୍ତି। ଏଭଳି ଘଟଣାକୁ ଆଉ ବରଦାସ୍ତ କରାଯିବ ନାହିଁ ନାହିଁ େବାଲି ଆଜି ମନ୍ତ୍ରୀ େରାକଠୋକ୍ କହିଛନ୍ତି।  ଏଭଳି ଅନୁପସ୍ଥିତ ଥିବା ଡାକ୍ତରମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ସ୍ପଷ୍ଟ କରିଦିଆଯାଇଛି।

ସମ୍ବନ୍ଧିତ ଖବର