ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅବସର ଗ୍ରହଣ  

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ହାଇକୋର୍ଟରେ ଥିଲା ତାଙ୍କ ଶେଷ କାର୍ଯ୍ୟ ଦିବସ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ସ୍ବର୍ଗତ ଗୌରହରି ପଣ୍ଡାଙ୍କ କନ୍ୟା ଜଷ୍ଟିସ୍‌ ପଣ୍ଡା ୧୯୫୯ ଜୁଲାଇ ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୫ରେ ଓକିଲ ଭାବେ ଲାଇସେନ୍ସ ହାସଲ କରି ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରଥିଲେ। ଆଇନଜୀବୀ ଭାବେ ଦୀର୍ଘ ୨୧ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

୨୦୦୭ ମାର୍ଚ ୧ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୦ ଜାନୁଆରି ୫ରେ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ବିଚାରପତି ଭାବେ ଜଷ୍ଟିସ ପଣ୍ଡା ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ଆଇନ କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇ ତାଙ୍କୁ ଡକ୍ଟର ଅଫ୍ ଲ ଡିଗ୍ରି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର