ଭୁବନେଶ୍ବର : କୃଷି ବିଭାଗର ବିଭିନ୍ନ ବର୍ଗର ୧୨ ଜଣ କର୍ମଚାରୀଙ୍କୁ ଅବସର ଦିନ ପେନସନ ପ୍ରଦାନ କରାଯାଇଛି। ଏଥିରେ କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଖୋର୍ଧା, ଗଞ୍ଜାମ, କେନ୍ଦୁଝର, ଫୁଲବାଣୀର କ୍ଷେତ୍ର କର୍ମଚାରୀ ରହିଛନ୍ତି। ସରକାରୀ କର୍ମଚାରୀଙ୍କୁ ଅବସର ପରେ ପ୍ରୋଭିଜନାଲ ପେନସନ ଦିଆଯାଏ। ଫାଇନାଲ ପେନସନ ପାଇଁ ଅନେକ ସମୟ ଲାଗିଯାଏ। ୨୦୨୨ ମାର୍ଚ ମାସରୁ ରାଜ୍ୟ କୃଷି ବିଭାଗ ଅବସର ଦିନ ଠାରୁହିଁ ଫାଇନାଲ ପେନସନ ପ୍ରଦାନର ପ୍ରକ୍ରିୟା ଆରମ୍ଭ କରିଛି। ଏଥିରେ ପ୍ରଥମ ଥର ପାଇଁ କ୍ଷେତ୍ର କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। କାର୍ଯ୍ୟକ୍ରମରେ କୃଷି ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ, ଅତିରିକ୍ତ ନିର୍ଦେଶକ(ପ୍ରଶାସନ) ଜ୍ୟୋତିର୍ମୟୀ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
କୃଷି ବିଭାଗର ୧୨ କର୍ମଚାରୀଙ୍କୁ ଅବସର ଦିନ ପେନସନ
/sambad/media/post_attachments/wp-content/uploads/2022/07/fffa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)