ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ମେୟର ପଦବି ସଂରକ୍ଷଣ ନୀତିକୁ ବିରୋଧ କରି ହାଇକୋର୍ଟରେ ଦାଖଲ ହୋଇଥିବା ରିଟ୍ ପିଟିସନ୍ର ଶୁଣାଣି ହୋଇଛି। ହାଇକୋର୍ଟ ସପ୍ତାହକ ମଧ୍ୟରେ ଜାବବ ରଖିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଗତ ଜାନୁଆରି ୨୮ ତାରିଖରେ ୩ଟି ମହାନଗର ନିଗମର ଚୂଡ଼ାନ୍ତ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିରେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ତେବେ ବ୍ରହ୍ମପୁର ମେୟର ପଦକୁ ଅସାମ୍ବିଧାନିକ ଭାବେ ସଂରକ୍ଷଣ କରାଯାଇଥିବା ନେଇ ଗତ ୧୦ ତାରିଖ ଦିନ ଡବ୍ଲୁ.ପି (ସି) - ୪୩୮୩ / ୨୨ରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ ଓ ପିଟିସନ୍ର ଭାବେ ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଏକ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ପୂର୍ବ ନିର୍ବାଚନରେ ବ୍ରହ୍ମପୁର ମେୟର ପଦବି ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସମ୍ବିଧାନର ୨୪୩ଟି( ୭୪ ସଂଶୋଧିତ) ଧାରା ୧୯୯୨ ପରିବର୍ତ୍ତିତ ଧାରା ୧୪ (୪) ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଆକ୍ଟ- ୨୦୦୩ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ମେୟର ପଦକୁ ପୁଣି ମହିଳା ବଦଳରେ ସାଧାରଣ କିମ୍ବା ଅନୁସୂଚିତ ଜାତିର ପୁରୁଷଙ୍କ ପାଇଁ ସଂରକ୍ଷଣ ରଖିବା ଉଚିତ ଦର୍ଶାଇବା ସହ ଆଗାମୀ ନିର୍ବାଚନରେ ପରିବର୍ତ୍ତନ ଆବଶ୍ୟକ ରହିଛି ବୋଲି ପିଟିସନ୍ରେ ଉଲ୍ଲେଖ କରିଛନ୍ତି।
ବ୍ରହ୍ମପୁର ମେୟର ପଦବି ସଂରକ୍ଷଣକୁ ନେଇ ରିଟ୍ ପିଟିସନ୍
ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)