ଭୁବନେଶ୍ବର : ବ୍ରହ୍ମପୁରର ବିଜିପୁରସ୍ଥିତ ତୋଟାସାହିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ଜଣେ ଲୋକପ୍ରିୟ ଶିକ୍ଷୟିତ୍ରୀ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ମିଲିଟାରି ଲାଇନ୍ ବାଳିକା ଉଚ୍ଚବିଦ୍ୟାଳୟ, ଆସ୍କାରୋଡ୍ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାରାକ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ବେଶ୍ ସୁନାମ ଅର୍ଜନ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ଭାଇ ସୁବ୍ରତ କୁମାର ପଣ୍ଡା, ସୁରଥ କୁମାର ପଣ୍ଡା, ଭଉଣୀ ନମିତା ପଣ୍ଡା, ଭିଣୋଇ ନରସିଂହ ପଣ୍ଡା ଓ ନିରଞ୍ଜନ ପାଣିଗ୍ରାହୀଙ୍କ ସମେତ ପୁତୁରା, ଝିଆରୀ ଓ ଆତ୍ମୀୟ ସ୍ବଜନମାନେ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରଲୋକ
/sambad/media/post_attachments/wp-content/uploads/2019/07/sabita-Kumari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)