ଆଗରପଡ଼ା: ଫେରିଯାଇଥିବା ଦନ୍ତାହାତୀ ପୁଣି ଲେଉଟିଛି। ଫଳରେ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀଟି ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ସୋସୋ, କାନପୁର, ପାଟକନା, ଓ ରାଉତରାପୁର ଗ୍ରାମ ନିକଟରେ ବୁଲାବୁଲି କରୁଛି।

Advertisment

ରାଉତରାପୁର ଓ ପାଟକନା ନଦୀ ପାଖ ଦନେଇପୁର, ମହାନ୍ତିପଡ଼ା, ହଳଦୀପହଣି ତଥା ସାଳନ୍ଦୀ ନଦୀପଠାରେ ହୋଇଥିବା ପନିପରିବା ଖାଇବା ସହ ନଷ୍ଟ କରୁଛି। ହାତୀର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ରଖାଯାଉଛି। ଭଦ୍ରକ ବନଖଣ୍ତ ଅଧିକାରୀ ଅଧୀର କୁମାର ବେହେରାଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଉପ ବନଖଣ୍ତ ଅଧିକାରିଣୀ ଡ. ଶ୍ୟାମା ଭାରତୀ, ଭଦ୍ରକ ରେଞ୍ଜ ଅଧିକାରୀ ପୀତାମ୍ବର ନାୟକଙ୍କ ସହ ଆଗରପଡ଼ା ବନପାଳ ବସନ୍ତ ମାଝୀ, ବନରକ୍ଷୀ ସତ୍ୟପ୍ରକାଶ ସ୍ବାଇଁ ଓ ଅନ୍ୟ ବନ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।