ଯାଜପୁର: ପ୍ରାୟ ଦୁଇମାସ ପୂର୍ବରୁ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ରସଲୁପୁର ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି(ବୁଲୁ)ଙ୍କ ଘର ବାହୁଡ଼ା ହୋଇଛି। ଆଜି ସେ ଭୁବନେଶ୍ବରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି), ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ) ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ମନାନ୍ତର ପରେ ଶ୍ରୀ ମହାନ୍ତିଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ଏବଂ ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ(ଲିକୁ)ଙ୍କର ସେ ମୁଖ୍ୟ ସଂଗଠକ ଥିଲେ। ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଗସ୍ତରେ ଆସୁଥିବା ବେଳେ ଏହାପୂର୍ବରୁ ଶ୍ରୀ ମହାନ୍ତି ପୁଣି ବିଜେଡିକୁ ଫେରିଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ନରେଶଙ୍କ ଘର ବାହୁଡ଼ା
/sambad/media/post_attachments/wp-content/uploads/2024/03/dgjdggjjgdgj.jpg)