ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅବସରରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପୂଜା ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ଅନ୍ୟ ପୂଜକଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା। ଘଣ୍ଟ,ମାଦଳ, ହୁଳହୁଳି , ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଓ ଭାବମୟ ହୋଇଥିଲା ମାଉସୀ ମା'ମନ୍ଦିର ପ୍ରାଙ୍ଗଣ। ଲକ୍ଷାଧିକ ଶ୍ରଦ୍ଧାଳୁ ରାଇରଙ୍ଗପୁର ଆଖପାଖ ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଡୁ ଛୁଟି ଆସିଥିଲେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଓ ବାହୁଡା଼ ଯାତ୍ରା ଦେଖିବାକୁ,ରଥ ଦଉଡ଼ି ଟାଣିବାକୁ ଏବଂ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ । ଆଜି ସକାଳୁ ରାଇରଙ୍ଗପୁର ସହର ଲୋକାରଣ୍ୟ ହୋଇ ଉଠିଥିଲା। ରଥ ମାଉସୀ ମା ମନ୍ଦିରରୁ ବାହାରି ଗୋଲେଇ ଛକ ନିକଟରେ ଅଟକିଛି।
ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଉପଜିଲ୍ଲାପାଳ ସରୋଜ କୁମାର ଦାସ, ପୌରାଧକ୍ଷ ଅଭିଷେକ ପଟ୍ଟନାୟକ,ଏସ୍ ଡିପିଓ ଗକୁଳା ନନ୍ଦ ସାହୁ, ତହସିଲଦାର ବିଶ୍ୱନାଥ ବିଶ୍ଵାଳଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିପରି ରଞ୍ଜନ କୁମାର ନନ୍ଦ, ତିମୀର ରଞ୍ଜନ ପଣ୍ଡା, ସଚ୍ଚିକାନ୍ତ କର,ଲଳିତ ମହାନ୍ତ, ଡ଼ ଦିଗମ୍ବର ଗିରି,ବିଜୟ କୁମାର ରାମ,ଡ ତନ୍ମୟୀ,ପୁଷ୍ପଲତା ମହାନ୍ତି ରଥ ପ୍ରମୂଖ ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ତେବେ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଇରଙ୍ଗପୁର ବ୍ଳକ ପଡିଆରେ ମିନା ବଜାର ହୋଇଥିବାରୁ ପ୍ରବଳ ଭିଡ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ମିନା ବଜାରରେ ହଠାତ ବିଦ୍ୟୁତ କାଟ ହେଉଥିବାରୁ ବେଳେ ବେଳେ ଅନ୍ଧାରମୟ ହେଉଛି । ଯାହା ଫଳରେ ଚୋରି ଛିନ୍ତାଇ ବଢ଼ିବାରେ ଲାଗିଛି ଏବଂ ବ୍ୟବସାୟୀ ଓ ଦର୍ଶକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଆସନ୍ତା କାଲି କେବଳ ମହିଳା ମାନେ ରଥ ଟାଣିବେ | ପ୍ରବଳ ଲୋକ ସମାଗମ ଓ ଭକ୍ତଙ୍କ ଦିନ ତମାମ ରହଣିରେ କଷ୍ଟ ଲାଘବ ପାଇଁ ରାଇରଙ୍ଗପୁରର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଦିନ ତମାମ ମାଗଣା ଅନ୍ନ ପ୍ରସାଦ ଓ ସରବତ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/IMG-20240715-WA0002.jpg)