ସମ୍ବଲପୁର: ବ୍ରିଟେନ୍ରେ କରୋନାର ନୂଆ ଲହରିରେ ମୃତ୍ୟୁ ସଂଖ୍ୟା ବେଶ୍ ବୃଦ୍ଧି ପାଇବା ପରେ ଏହି ଘଟଣାକୁ ନେଇ ସାରା ବିଶ୍ବ ଏବେ ଆତଙ୍କିତ ହୋଇପଡ଼ିଛି। ଏହାରି ମଧ୍ୟରେ ସମ୍ବଲପୁର ସହରରେ ଜଣେ ବ୍ରିଟେନ୍ ଫେରନ୍ତା ଯୁବକ ଆସି ରହିଥିବା ନେଇ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯୁବକଜଣଙ୍କ ବ୍ରିଟେନ୍ରେ ରହି କାମ କରୁଥିବା ସମୟରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସେ ସମ୍ବଲପୁର ଫେରିଆସିଥିଲେ। ଗତ ୧୧ ଦିନ ହେବ ସେ ଘରେ ଗୃହାବଦ୍ଧ ହୋଇ ରହିଥିବା ଜଣାପଡ଼ିଛି। ତେବେ ଯୁବକଙ୍କର କୌଣସି ଲକ୍ଷଣ ନଥିବା ସମୟରେ ଶୁକ୍ରବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ତାଙ୍କ ଘରକୁ ଯାଇ ପଚରାଉଚରା କରିବା ସହ ତାଙ୍କର ସ୍ବାବ୍ ସଂଗ୍ରହ କରି ଆର୍ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ତେବେ ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଲେ ତାଙ୍କର ଜିନ୍ ମ୍ୟାପିଂ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମ୍ବଲପୁରରେ ବ୍ରିଟେନ୍ ଫେରନ୍ତା ଯୁବକ!
ଆଜି ଆର୍ଟିପିସିଆର୍ ପରୀକ୍ଷା ହେବ
/sambad/media/post_attachments/wp-content/uploads/2020/12/corona-flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)