ରିଟର୍ଣ୍ଣ ଫାଇଲ ପ୍ରସଂଗରେ ହାଇକୋର୍ଟଙ୍କ ଅଙ୍କୁଶ
କଟକ : ତିନି ବର୍ଷର ରିଟର୍ଣ୍ଣ ଦାଖଲ କରି ନଥିବାରୁ ଘରୋଇ କମ୍ପାନିର ନିର୍ଦ୍ଦେଶକଙ୍କୁ ଅଯୋଗ୍ୟ ଘୋଷଣା ନେଇ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଗ୍ରହଣ କରିଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ଜଷ୍ଟିସ ସି.ଆର୍.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକର ଏକ ଘରୋଇ କମ୍ପାନି ନିର୍ଦ୍ଦେଶକଙ୍କ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଅଯୋଗ୍ୟ ଘୋଷଣା ସଂପର୍କିତ ନିଷ୍ପତ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଓ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍ କମ୍ପାନିଜକୁ ନୋଟିସ୍ ଜାରି କରିଛନ୍ତି। ଚାରି ସପ୍ତାହ ପରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଆବେଦନକାରୀ ପୂର୍ବ ଭଳି କମ୍ପାନି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ପାରିବେ। ଆବେଦନକାରୀ ଏନ୍.ଶର୍ମାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାନ୍ତ ଦ୍ବିବେଦୀ ମାମଲା ପରିଚାଳନା କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ କମ୍ପାନି ଆଇନ ଅନୁସାରେ ପଞ୍ଜୀକରଣ ହୋଇଥିବା କମ୍ପାନିର ନିର୍ଦ୍ଦେଶକ ପ୍ରତିବର୍ଷ ରିଟର୍ଣ୍ଣ ଫାଇଲ କରିବା କଥା। କିନ୍ତୁ କେତେକ ନିର୍ଦ୍ଦେଶକ ଏପରି ପ୍ରସଂଗରେ ଅବହେଳା କରିଥିଲେ। ୩ ବର୍ଷ ଲଗାତାର ରିଟର୍ଣ୍ଣ ଦାଖଲ କରି ନଥିବା କମ୍ପାନି ନିେର୍ଦ୍ଦଶକଙ୍କୁ କମ୍ପାନି ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା ପାଇଁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ବହୁ ମାମଲା ରୁଜୁ ହୋଇଛି।