ଭୁବନେଶ୍ବର : ଆସନ୍ତା ୧୧ ତାରିଖ ବୁଧବାର ପୂର୍ବାହ୍ନ ୧୧ଟାରେ ରେଭେନ୍ସା-୭୦ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହେବ। କମିଟି ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ୧୮୫, ଭିଆଇପି କଲୋନିସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂପାଦକ ଶରତ କୁମାର ନାୟକ ଜଣାଇଛନ୍ତି। ବନ୍ଧୁ ମିଳନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଜାଣିବା ସକାଶେ ପ୍ରଫେସର ସରୋଜ କୁମାର ପଣ୍ଡାଙ୍କୁ (ମୋ: ନଂ ୯୪୩୭୩୦୧୯୫୨)ରେ ଯୋଗାଯୋଗ କରିବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।