ରେଭେନ୍ସାରେ ସାଇନ-ଏ-ଡାଏ ଘୋଷଣା

ଭୁବନେଶ୍ୱର : ଫି ବୃଦ୍ଧିକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏହା ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି । ଏହା ସହିତ ଆସନ୍ତା କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଛି । ବିଶ୍ୱ ବିଦ୍ୟାଳୟରେ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ବିରୋଧ କରୁଛନ୍ତି । ଏହାକୁ ନେଇ ଗତ କିଛି ଦିନ ହେଲା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ବର୍ଦ୍ଧିତ ଫି ହ୍ରାସ କରିବା, ହଷ୍ଟେଲ ସମସ୍ୟା ଏବଂ ଆଉ କେତେକ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି କୁଳପତି ଇଶାନ ପାତ୍ରଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।

ସମ୍ବନ୍ଧିତ ଖବର