ଭୁବନେଶ୍ୱର: ଓଡିଶାରେ ବଢିଲା ଲକଡାଉନ୍ ଅବଧି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏପ୍ରିଲ ୩୦ ଯାଏ ଜାରି ରହିବ ଲକଡାଉନ ଏବଂ ଜୁନ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ | ଏଥିସହ ସାରା ଦେଶରେ ଏପ୍ରିଲ ୩୦ ଯାଏ ଲକଡାଉନ୍ ଅବଧି ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି କି ରାଜ୍ୟ ସରକାର ୧୪ ଏପ୍ରିଲ ଯାଏଁ ଲକଡାଉନ୍ ଘୋଷଣା କରିଥିଲେ, ମାତ୍ର ପରିସ୍ଥିତିର ସମୀକ୍ଷା କରାଯିବା ପରେ ଲକଡାଉନ୍ ସମୟସୀମା ବଢ଼ାଇବାର ଆବଶ୍ୟକତା ଦେଖାଦେଇଛି। ଏହି କାରଣରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିବ।
/sambad/media/post_attachments/wp-content/uploads/2020/04/Capture.png)
ଏପ୍ରିଲ ୩୦ ଯାଏଁ ଟ୍ରେନ, ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ରକୁ ସୁପାରିସ କରାଯାଇଛି । ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ତେବେ ଲକଡାଉନ୍ ସମୟରେ ନରେଗା ଓ କୃଷି କାମ ଜାରି ରହିବ ।
ନବୀନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ଏହି ଶତାଦ୍ଦୀ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଉଭା ହୋଇଛି । ତେଣୁ ସାହସର ସହ ମୁକାବିଲା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି । ଏପଟେ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/lockdown1.jpg)