କୋରାପୁଟ/ପଟ୍ଟାଙ୍ଗି:କୋରାପୁଟ ଜିଲ୍ଲା ପଟାଙ୍ଗୀ ତହସିଲଦାରଙ୍କ କାର୍ଯ୍ୟାଳୟରେ ରାଜସ୍ବ ପରିଷଦର ସଭ୍ୟ ଜିଭିଭି ଶର୍ମା ତନକ୍ଷୀ କରୁଛନ୍ତି। ଦିନ ୧୧ଟାରୁ ୧ଟା ଯାଏଁ ୨ଘଣ୍ଟା ଧରି ଖୋଳତାଡ଼ କରିଥିଲେ। ୪ କୋଟି ୩୦ ଲକ୍ଷ ତୋଷରପାତ ସହ ତହସିଲରେ ରହିଥିବା ବିଭିନ୍ନ କାର୍ଯ୍ୟର କରିଛନ୍ତି ସମୀକ୍ଷା। ଏହି ସମୟରେ ଏଡିଏମ ରାମେଶ୍ବର ପ୍ରଧାନ, ରାଜସ୍ବ ଅଧିକାରୀ ସାଗରିକା ଷଡଙ୍ଗୀ, ଉପଜିଲ୍ଲାପାଳ ଲଲିତ କୁମାର କଅଁର ଓ ଆଇଏଏସ ପ୍ରବେସନର ବେଦ ଭୁଷଣଙ୍କ ସହ ବହୁ ବରିଷ୍ଠ ଅଧଇକାରୀ ଉପସ୍ଥିତ ରହିଛନ୍ତି। ବିଗତ ଦିନରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପନିବନ୍ଧକ କାର୍ଯ୍ୟଳୟରେ ହୋଇଛି ବଡ ଧରଣର ଅର୍ଥ ତୋଷରପାତ। ଉପନିବନ୍ଧକ କାର୍ଯ୍ୟଳୟରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଜ୍‌ ଡିପୋଜିଟ୍‌ କରାଯାଇ ନଥିବାରୁ ତିନିଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

Advertisment

ଏହାସହ  ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ କିରାଣୀ ସୁଧୀର ସାହୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ସେହି ସମୟରେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ଏବର ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା ନିଲମ୍ବିତ ହୋଇଛନ୍ତି।  ଗତ ୨୦୧୭ରୁ ଏହି ତିନିଜଣ ସରକାରୀ କର୍ମଚାରୀଙ୍କ ଓ କିରାଣୀ ମିଶି କରିଥିଲେ କୋଟି କୋଟି ଟଙ୍କାର ଅର୍ଥ ତୋଷରପାତ। କିଛିଦିନ ତଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମୟରେ କିରାଣୀ ରହିଥିବା ସୁଧୀର ସାହୁ , କୋଟି କୋଟି ଟଙ୍କାର ରାଜସ୍ବ ଡିପୋଜିଟ କରି ନ ଥିଲେ। ଏହାକୁ ତୋଷରପାତ କରିଥିବାବେଳେ ତାଙ୍କୁ ଗତବର୍ଷ ଜାନୁଆରୀ ମାସରେ ବନ୍ଧୁଗାଁକୁ ବଦଳି କରାଯାଇଥିଲା।

ଏହାପରେ ଉପନିବନ୍ଧକ କାର୍ଯ୍ୟାଳୟରେ ଏକ ଅଡିଟ୍‌ କରାଯାଇଥିଲା। ଏହି ଅଡିଟରେ ସବୁ ଅର୍ଥ ତୋଷରପାତ ଧରାପଡିଥିଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଦୁଇଜଣ ଓଏଏସ ଓ ଜଣେ ଓଆରଏସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ୧୦ ଦିନ ପୂର୍ବରୁ ସୁଧୀରଙ୍କୁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର ନିଲମ୍ବିତ କରିଥିବାବେଳେ ଏବେ ସେ ଫେରାର ରହିଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ରେ ମାର୍ଚ୍ଚ ୯ତାରିଖ ଦିନ କାର୍ଯ୍ୟରତ ତହସିଲଦାର ,ଅତିରିକ୍ତ ତହସିଲଦାର ,ପୂର୍ବତ୍ତନ ତହସିଲଦାର ଓ ଉପ ନିର୍ବନ୍ଧକ କିରାଣୀ ଙ୍କୁ ରାଜ୍ୟ ସରଳାର  କାର୍ଯ୍ୟରୁ ନିଲମ୍ବିତ କରିବା ନେଇ ଚର୍ଚା ଜୋର ଧରିଥିଲା । ତିନି ତିନି ଜଣ  ଅଧିକାରୀ ନିଲମ୍ବିତ ହେବା ସହିତ ବର୍ତ୍ତମାନ ସୁଧା  ଫେରାର ରହିଥିବା ଜଣାପଡିଛି ଏବଂ ସେମାନଙ୍କ ନାମରେ ଚାରିକୋଟି ତିରିଶି ଲକ୍ଷ ଟଙ୍କାର  ଷ୍ଟାମ୍ପ ଡିଉସ ଡିପୋଜିଟ କରି ନଥିବାରୁ ଏହି ଅଧିକାରୀ ମନଙ୍କୁ ନିଲମ୍ବନ କରାଯାଇଥିବା ଅଡିଟ ରିପୋର୍ଟ କହୁଛି ।

ସେବେଠାରୁ ପଟ୍ଟାଙ୍ଗି ତହସିଲ ଏକ ପ୍ରକାର ଠପ ହୋଇ କୌଣସି କାର୍ଯ୍ୟ ହେଉ ନଥିବା ଦେଖିବାକୁ ମିଳିଛି ଏମିତିକି ଛାତ୍ର ଛାତ୍ରୀ ମାନେବିଭିନ୍ନ ପ୍ରମାଣ ପତ୍ର ପାଇବାରେ ମଧ୍ୟ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି ଏବଂ ଆଜି ରାଜସ୍ୱ ପରିଷଦର ସଭ୍ୟ ଜି ବିଭି ଶର୍ମା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ସହିତ କର୍ମଚାରୀଙ୍କ ସହିତ ଅଧ ଘଣ୍ଟା ଧରି ଆଲୋଚନା କରିଥିଲେ ଓ ବିଗତ ଦିନରେ ଯେଉଁ ଷ୍ଟାମ୍ପ ଡିଉଜ ଦୁର୍ନୀତିର ମଧ୍ୟ  ଆଲୋଚନା କରିବା ସହ ତାର ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଥିଲେ । ପ୍ରଭିଜନାଲ ଆଇ ଏ ଏସ  ବେଦଭୂଷଣ ,ଏ ଡି ଏମ ଓ ରାମେଶ୍ୱର ପ୍ରଧାନ ,ରାଜସ୍ୱ ଅଧିକାରୀ ସାଗରୀକା ଷଡଙ୍ଗୀ ,ଉପଜିଲ୍ଲାପାଳ ଲଳିତ କୁମାର କଅଁର ,ପଟ୍ଟାଙ୍ଗି ବିଡ଼ିଓ ସମ୍ୟ ସାର୍ଥକ ମିଶ୍ର ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ପଟ୍ଟାଙ୍ଗି ଜିଲ୍ଲାପରିଷଦ ସଭ୍ୟ ଟିକାଇ ଗେମେଲ ପହଞ୍ଚି ଶ୍ରୀ ଶର୍ମାଙ୍କ ସହ ସାକ୍ଷାତ କରି ଜଣେ ସ୍ଥାୟୀ ତହସିଲଦାର ଜଣେ ଅତିତିକ୍ତ ତହସିଲଦାର ଯୋଗାଇଦେବା ଦେବା ନିମନ୍ତେ ନିବେଦନ କରିଥିଲେ ଓ ଶ୍ରୀ ଶର୍ମା ତୁରନ୍ତ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।