୨୦୪ ଗ୍ରାମରେ ହାଇଟେକ୍ ସର୍ଭେ କରିବ ରାଜସ୍ବ ବିଭାଗ

ଭୁବନେଶ୍ବର : ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ପାଇଁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଭଳି ସେବା ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜସ୍ବ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ୨୦୪ ଗ୍ରାମରେ ହାଇଟେକ ସର୍ଭେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉନ୍ନତ ଜ୍ଞାନକୌଶଳ ଜରିଆରେ ପଟ୍ଟା ତିଆରି ସହ ଲୋକଙ୍କୁ ମିଳିପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଗସ୍ତ ଓ ବିଭିନ୍ନ ଜିଲ୍ଲାର ସମୀକ୍ଷା ବୈଠକ ସମୟରେ ୧୯୨୯-୩୦ ମସିହା ସମୟରେ ସର୍ଭେ ହୋଇଥିବା ୨୦୪ ଗ୍ରାମ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇଟେକ ସର୍ଭେ ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩, ବିରିଡ଼ି ତହସିଲରେ ଗୋଟିଏ , ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ଟି, ବିଞ୍ଝାରପୁର ତହସିଲରେ ୩୮, ଦାନଗଡ଼ି ତହସିଲରେ ୨୦, ସୁକିନ୍ଦା ତହସିଲରେ ୯, ବ୍ୟାସନଗର ତହସିଲର ଗୋଟିଏ ଦଶରଥପୁର ତହସିଲରେ ୫, କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ତହସିଲରେ ୨, କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୫, ‌କେସିଙ୍ଗା ତହସିଲର ୩, କର୍ଲାମୁଣ୍ଡା ତହସିଲରେ ଗୋଟିଏ, ଥୁଆମୂଳ ରାମପୁର ତହସିଲରେ ୧୦, ଧର୍ମଗଡ଼ ତହସିଲର ୧୨, ଗୋଲମୁଣ୍ଡା ତହସିଲରେ ୭, ଜୁନାଗଡ଼ ତହସିଲରେ ୧୮, କୋକସରା ତହସିଲରେ ୬, ଜୟପାଟଣା ତହସିଲର ୨୯, କଳମପୁର ତହସିଲରେ ୩ଟି ଗ୍ରାମ ରହିଛି। ଏହି ଗ୍ରାମର ସବୁ ଜାଗାର ଜିଓ-ରେଫରେନସିଙ୍ଗ ହେବ।

ସମ୍ବନ୍ଧିତ ଖବର