ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତହସିଲଗୁଡ଼ିକର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ମନ୍ତ୍ର ଆଧାରରେ ଜନସାଧାରଣଙ୍କୁ ତହସିଲ୍ ଅନ୍ତର୍ଗତ ସରକାରୀ ସେବା ପ୍ରଦାନର କାର୍ଯ୍ୟକାରୀତାର ସମୀକ୍ଷା କରିଥିଲ।
ପଡ଼ାକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଆବଶ୍ୟକୀୟ ସୀମା ପରିବର୍ତ୍ତନ ଉପରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଗୁରୁତ୍ୱ ଆରୋପ କରିଥିଲ। ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ଗୃହନିର୍ମାଣ ସହାୟତା ରାଶି ବଣ୍ଟନର ଅଗ୍ରଗତି, ଓଡ଼ିଶା ଜନସେବା ଅଧିକାର ଅନ୍ତର୍ଗତ ବସୁନ୍ଧରା ଯୋଜନା, ଭୂମି ଅଧିକାରୀ ସମେତ ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା ନିମନ୍ତେ ଇ-ମ୍ୟୁଟେସନ୍, ଇ-ରେଜିଷ୍ଟ୍ରେସନ୍ ଓ ସର୍ଭିସ୍ ପ୍ଲସ୍ ପରି ବୈଷୟିକ ପ୍ରୟୋଗଗୁଡ଼ିକ ଉପରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମୟାନୁବର୍ତ୍ତୀ କାର୍ଯ୍ୟ ସଂପାଦନ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲ। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସିତାଂଶୁ କୁମାର ରାଉତ, ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଓ ଖୋର୍ଦ୍ଧାର ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ।