ରାଜସ୍ୱ ବ୍ୟୟକୁ ଦର୍ଶାଇଲେ ପୁଞ୍ଜି ବ୍ୟୟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବ୍ୟୟ ବର୍ଗୀକରଣ ତ୍ରୁଟିକୁ ସିଏଜି ଧରିଛନ୍ତି। ସରକାର ରାଜସ୍ବ ବ୍ୟୟକୁ ପୁଞ୍ଜିବ୍ୟୟ ଭାବେ ଦର୍ଶାଇ ବଡ଼ ଧରଣର ତ୍ରୁଟି କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପୁଞ୍ଜିବ୍ୟୟ ବାବଦରେ ୧୭,୯୪୮.୯୮ କୋଟି ଟଙ୍କାର ପୁଞ୍ଜିବ୍ୟୟ କରିଛନ୍ତି। ତେବେ ସିଏଜି ଜାଣିବାକୁ ପାଇଛନ୍ତି ଏଥିରୁ ୩୬୬.୧୨ କୋଟି ଟଙ୍କା ରକ୍ଷଣାବେକ୍ଷଣ, ମରାମତି ଏବଂ ନବୀକରଣ ଆଦି ବାବଦରେ ବ୍ୟୟ ହୋଇଛି। ସେହିଭଳି ୬୮୧.୨୫ କୋଟି ଟଙ୍କାକୁ ସରକାରୀ ପରିସର ବାହାରେ ଥିବା ସଂପତ୍ତି ସୃଷ୍ଟି ପାଇଁ ସ୍ଥାନାନ୍ତର କରାଯାଇଛି। ଉପରୋକ୍ତ ଦୁଇଟିକୁ ଦେଖିଲେ ରାଜ୍ୟ ସରକାର ମୋଟ ୧୦୪୭.୩୭ କୋଟି ଟଙ୍କାକୁ ରାଜସ୍ବ ବ୍ୟୟ ଭାବେ ଦର୍ଶାଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପୁଞ୍ଜିବ୍ୟୟ ସିଏଜିଙ୍କ ଅଡିଟ୍ ପରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭୯୪୮.୯୮ କୋଟି ଟଙ୍କା ପରିବର୍ତ୍ତେ ୧୬୯୦୨ କୋଟି ଟଙ୍କାକୁ ହ୍ରାସ ପାଇଛି। ସରକାରଙ୍କ ମୋଟ ବ୍ୟୟରେ ପୁଞ୍ଜିବ୍ୟୟ ଅଡିଟ୍ ପୂର୍ବରୁ ୧୫.୬୩% ବୋଲି କୁହାଯାଉଥିବାବେଳେ ଅଡିଟ୍ ପରେ ତାହା ୧୪.୭୨%କୁ କମିଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର