ଭୁବନେଶ୍ବର: କେନ୍ଦ୍ର ସରକାର ୨୦୧୫ରେ ଖଣି ନୀତିରେ ନୂଆ ସଂସ୍କାର ଆଣିବା ପରେ ଓଡିଶା ଅଧିକ ଲାଭାନ୍ବିତ ହୋଇଛି। ଏହାରି ମଧ୍ୟରେ ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି। ଓଡିଶା ଏକ ନଂ ରାଜ୍ୟ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨ ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ ୩୭ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ୫-ଟି ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ ଆଇ୩ଏମ୍ଏସ୍ ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ।
ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭.୫୪୬ ମିଲିୟନ ଟନ୍ ହୋଇଛି । ସେହିପରି ୧୦୦.୬୧୨ ମିଲିୟନ ଟନ ପରିବହନ ହୋଇଛି, ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । ଆର୍ଥିକ ବର୍ଷ ୨୦୨୦-୨୧ରେ ୧୩,୭୯୧ କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ ୨୦୨୧-୨୨ରେ ୪୯,୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧,୮୮୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି, ଯାହାକି ବିଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d5669967-0bf6-43a4-a973-ff4972f13509.jpg)