ମନ୍ତ୍ରୀ ଦାୟିତ୍ୱ ନେବା ପରେ ‘ଫନି’ ପରବର୍ତ୍ତୀ ସ୍ଥିତ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶନିବାର ବାତ୍ୟା ‘ଫନି’ ସଂପର୍କୀତ ରିଲିଫ ଓ ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ରାଜୀବ ଭବନସ୍ଥିତ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଏବଂ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଅତି ବିପଦପୂର୍ଣ୍ଣ ବାତ୍ୟା ଫନି ଗତ ମାତ ୩ ତାରିଖରେ ପୁରୀ ନିକଟରେ ସ୍ଥଳଭାଗକୁ ସ୍ପର୍ଶ କରିଥିଲା। ଫନି ଯୋଗୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ରାଜ୍ୟର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧.୬୫ କୋଟି ଲୋକ ପ୍ରଭାବିତ ହୋଇଥିଲେ। ସେହିପରି ମୋଟ୍‌ ୬୪ ଜଣ ଲୋକ ପ୍ରାଣ ହରାଇଥିଲେ। ସେହିପିର ୧୫.୫ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ବାତ୍ୟାରେ ଭୁବନେଶ୍ୱର ଓ ପୁରୀ ସର୍ବାଧିକ କ୍ଷତି ହୋଇଥିଲା। ଇତି ମଧ୍ୟରେ ଭୁବନେଶ୍ୱରର ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ପୁରୀର ଅବସ୍ଥା ପୂର୍ବାପେକ୍ଷା ଠିକ ହୋଇଛି।

ସମ୍ବନ୍ଧିତ ଖବର